Latest Odisha News

BREAKING NEWS

ଟାଟା ଓ ୱାଲ୍‌ମାର୍ଟର ମିଳିତ ଉଦ୍ୟମରେ ଲଞ୍ଚ ହେବ ସୁପର୍ ଆପ୍‌: ୨୫ ବିଲିୟନ୍ ଡଲାର ବିନିଯୋଗ ପାଇଁ ଚାଲିଛି ଆଲୋଚନା

ଭୁବନେଶ୍ୱର : ଖୁଚୁରା ବ୍ୟବସାୟରେ ଇ କମର୍ସ କ୍ଷେତ୍ରକୁ ଓହ୍ଲାଇବ ଟାଟା ଗ୍ରୁପ୍ । ଡିଜିଟାଲ୍ ପ୍ଲାଟ୍‌ଫର୍ମର ବିକାଶ ପାଇଁ ଦେଶରେ ଖୁଚୁରା ବ୍ୟବସାୟରେ ଜିଓମାର୍ଟ, ଆମାଜନ ଏବଂ ଫ୍ଲିପ୍‌କାର୍ଟ ଭଳି ପ୍ରତିଯୋଗୀମାନଙ୍କ ସହ ପ୍ରତିଦ୍ୱନ୍ଦିତା କରିବା ପାଇଁ ଏକ ସୁପର୍ ଆପ୍ ଲଞ୍ଚ କରିବାକୁ ପ୍ରସ୍ତୁତ ହେଉଛି । ୱାଲମାର୍ଟ ଏହାର ଡିଜିଟାଲ୍ ପ୍ଲାଟ୍‌ଫର୍ମରେ ୨୦ରୁ ୨୫ ବିଲିୟନ୍ ଡଲାର୍ ବିନିଯୋଗ ପାଇଁ ଆଲୋଚନା କରୁଥିବା ଚର୍ଚ୍ଚା ହେଉଛି ।
ସୂଚନାଯୋଗ୍ୟ ଯେ ୨୦୧୮ରେ ୱାଲମାର୍ଟ ପ୍ରାୟ ୧୬ ବିଲିୟନ୍ ଡଲାରର ପୁଞ୍ଜି ବିନିଯୋଗ କରି ଇ କମର୍ସ କମ୍ପାନୀ ଫ୍ଲିପ୍‌କାର୍ଟର ୬୬ ପ୍ରତିଶତ ଅଂଶଧନ କିଣିଥିଲା । ଟାଟା ସହିତ ହେବାକୁ ଯାଉଥିବା ଚୁକ୍ତି ଆକାରରେ ଫ୍ଲିପ୍‌କାର୍ଟ ଡିଲ ଠାରୁ ବଡ ହୋଇପାରେ ବୋଲି ଅନୁମାନ କରାଯାଉଛି । ଯଦି ଏହି ଡିଲ୍ ହୁଏ ତେବେ ଟାଟା ଓ ୱାଲମାର୍ଟର ମିଳିତ ଉଦ୍ୟମରେ ସୁପର୍ ଆପ୍ ଲଞ୍ଚ ହୋଇପାରେ ।

ଟାଟାର ଡିଜିଟାଲ୍ ପ୍ଲାଟ୍‌ଫର୍ମ ଏହାର ପାନୀୟ ବ୍ରାଣ୍ଡରୁ ଆରମ୍ଭ କରି ଅଳଙ୍କାର ଏବଂ ରିସର୍ଟ ପର‌୍ୟ୍ୟନ୍ତ ସମସ୍ତ ଉତ୍ପାଦ ଯୋଗାଇବ । କେବଳ ଏତିକି ନୁହେଁ ଖାଦ୍ୟ ଅର୍ଡର, ସ୍ୱାସ୍ଥ୍ୟସେବା ସୁବିଧା, ଆର୍ଥିକ ସେବା, ଫ୍ୟାଶନ, ଜୀବନଶୈଳୀ, ଇଲେକ୍‌ଟ୍ରୋନିକ୍ସ, ବିଲ୍ ପେମେଣ୍ଟ ଭଳି ସେବା ଊପଲବ୍ଧ ହେବ ବୋଲି କୁହାଯାଉଛି ।

ତେବେ ଦୁଇ କମ୍ପାନି ମଧ୍ୟରେ ଆଲୋଚନା ପ୍ରାରମ୍ଭିକ ପର‌୍ୟ୍ୟାୟରେ ରହିଛି । ଗତ କିଛି ଦଶନ୍ଧି ହେବ ଟାଟା ଗ୍ରୁପ୍‌ର ବ୍ୟବସାୟରେ ଯଥେଷ୍ଟ ବୃଦ୍ଧି ଘଟିଥିବା ବେଳେ ଟାଟାର ନୂଆ ସୁପର୍ ଆପ୍ ଚଳିତ ବର୍ଷ ଶେଷ କିମ୍ବା ଆସନ୍ତା ବର୍ଷ ଆରମ୍ଭରେ ଲଞ୍ଚ ହେବାର ସମ୍ଭାବନା ରହିଛି ।

Leave A Reply

Your email address will not be published.