Latest Odisha News

BREAKING NEWS

ଏଫଆଇଏଚ ପ୍ରୋ ଲିଗ: ବିଶ୍ୱ ଚାମ୍ପିୟନ ଜର୍ମାନୀକୁ ହରାଇଲା ଭାରତ

ରାଉରକେଲା: ବିର୍ସା ମୁଣ୍ଡା ହକି ଷ୍ଟାଡିୟମରେ ଶୁକ୍ରବାର ଅନୁଷ୍ଠିତ ଏଫଆଇଏଚ ପ୍ରୋ ଲିଗ ମୁକାବିଲାରେ ଭାରତ ବିଶ୍ୱ ଚାମ୍ପିୟନ ଜର୍ମାନୀକୁ ପରାସ୍ତ କରିଛି । ନୂତନ କୋଚ କ୍ରେଗ ଫୁଲଟନ ଦାୟିତ୍ୱ ଗ୍ରହଣ କରିବା ପରେ ଭାରତ ୩-୨ ଗୋଲରେ ଜର୍ମାନୀକୁ ହରାଇଛି । ପ୍ରଥମାର୍ଦ୍ଧ ଶେଷ ସୁଦ୍ଧା ଭାରତ ୩-୦ରେ ଅଗ୍ରଣୀ ରହିଥିଲା । ମାତ୍ର ଶେଷ ୨ଟି କ୍ୱାର୍ଟରରେ ରକ୍ଷାପନ୍ଥୀଙ୍କ ଦୁର୍ବଳ ପ୍ରଦର୍ଶନ ଯୋଗୁ ୨ଟି ଗୋଲ ଖାଇଥିଲା । ଭାରତ ପକ୍ଷରୁ ହରମନପ୍ରୀତ ସିଂ ୩୦ତମ ମିନିଟରେ ପ୍ରଥମ ଗୋଲଟି ସ୍କୋର କରିଥିଲେ । ସୁଖଜିତ ସିଂ ୩୧ ଓ ୪୨ତମ ମିନିଟରେ ଆଉ ୨ଟି ଗୋଲ ଦେଇଥିଲେ । ଜର୍ମାନୀ ପକ୍ଷରୁ କୌଫମାନ ପଲ ଫିଲିପ ଓ ଷ୍ଟ୍ରଥମ ମାଇକେଲ ୨ଟି ଗୋଲ କରିବା ଫଳରେ ମ୍ୟାଚ ରୋମାଂଚକ ସ୍ଥିତିରେ ପଂହଚିଥିଲା ।

ଘରୋଇ ଟିମ ଡିଫେନ୍ସିଭ ଖେଳି ଆଉ ଗୋଲ ବରଣ କରି ନ ଥିଲା । ବିଶ୍ୱକପର ନୈରାଶ୍ୟଜନକ ପ୍ରଦର୍ଶନ ପରେ ଭାରତ ଅପେକ୍ଷାକୃତ ଭଲ ପ୍ରଦର୍ଶନ କରିଥିଲା । ସୂଚନାଯୋଗ୍ୟ, ଗ୍ରାହାମ ରିଡଙ୍କ ସ୍ଥାନରେ ଫୁଲଟନଙ୍କୁ ନିକଟରେ କୋଚ ଦାୟିତ୍ୱ ପ୍ରଦାନ କରାଯାଇଛି ।

Leave A Reply

Your email address will not be published.