Latest Odisha News

BREAKING NEWS

ପିନାକୀ ଶ୍ରୀଚନ୍ଦନଙ୍କ ଉଦ୍ୟମରେ ପୁରୀରେ ପୁନର୍ବାର ସ୍କ୍ରିନିଂ ହେବ ଫିଲ୍ମ ‘ପୁଷ୍କରା’

ପୁରୀ: ଓଡ଼ିଆ ଫିଲ୍ମ ଦେଖିବାକୁ ସମସ୍ତଙ୍କର ଇଚ୍ଛା ରହିଥିବା ବେଳେ ଏହାକୁ ନଜରରେ ରଖି ଯୁବ ସିନେ ଅଭିନେତା ପୁରୀର ପିନାକୀ ଶ୍ରୀଚନ୍ଦନଙ୍କ ଉଦ୍ୟମରେ ପୁନର୍ବାର ପୁରୀରେ ପୁଷ୍କରା ଚଳଚ୍ଚିତ୍ର ସ୍କ୍ରିନିଂ କରାଯିବ। ପୁରୀରେ ସିନେମା ହଲ ନଥିବା ବେଳେ ଭୁବନେଶ୍ୱର ଯିବା ବ୍ୟୟ ବହୁଳ ହୋଇଥାଏ। ମାତ୍ର 100 ଟଙ୍କାର ଟିକେଟରେ ସିନେପ୍ରେମୀ ଏହି ଫିଲ୍ମକୁ ଦେଖିବାର ସୁଯୋଗ ପାଇବେ। ପୁରୀ ଟାଉନ୍ ହଲରେ ଆସନ୍ତା ୧୩ ତାରିଖରେ ୨୪ ଫୁଟ ଚଉଡ଼ା ଏଲ୍ଇଡି, ସାଉଣ୍ଡ, ଶୀତତାପ ନିୟନ୍ତ୍ରିତ ହଲରେ ଦର୍ଶକ ଫିଲ୍ମ ହଲରେ ବସି ଫିଲ୍ମ ଦେଖିବାର ସୁଯୋଗ ପାଇବେ।

ଶ୍ରୀମନ୍ଦିର ସିଂହଦ୍ଵାର ସମ୍ମୁଖରେ ଚଳଚ୍ଚିତ୍ର ‘ପୁଷ୍କରା’ର ଟ୍ରେଲର ଗତ ମାସ ୨ ତାରିଖରେ ରିଲିଜ ହୋଇଥିଲା। ଫିଲ୍ମର ମୁଖ୍ୟ ଭୂମିକାରେ ସବ୍ୟସାଚୀ ମିଶ୍ର, ନାୟିକା ଭୂମିକାରେ ସୁପ୍ରିୟା ଅଭିନୟ କରୁଛନ୍ତି। ଏହି ଚଳଚ୍ଚିତ୍ରରେ ପୁରୀ ମାଟିର ନିଚ୍ଛକ ଚିତ୍ର ପ୍ରଦର୍ଶିତ ହୋଇଛି। ବିଲୁପ୍ତପ୍ରାୟ ଏକ ପରମ୍ପରାକୁ ମଧ୍ୟ ଚଳଚ୍ଚିତ୍ରରେ ବର୍ଣ୍ଣନା କରାଯାଇଛି। ଜନ୍ମ ଓ ମୃତ୍ୟୁ ମଝିର ସତ୍ୟତା ଉପରେ ଫିଲ୍ମ ଆଧାରିତ। ଏହାର ୯୦ ଭାଗ ଦୃଶ୍ୟ ପୁରୀରେ ସୁଟିଂ ହୋଇଛି। ଶଙ୍କର ତ୍ରିପାଠୀଙ୍କ ‘ନାଦବିନ୍ଦୁ’ ଉପନ୍ୟାସର କାହାଣୀକୁ ଏଥିରେ ଚରିତ୍ର ଚିତ୍ରଣ କରାଯାଇଛି।

Leave A Reply

Your email address will not be published.