Latest Odisha News

BREAKING NEWS

ରତ୍ନଭଣ୍ଡାର ଚାବି ହଜିବା ପ୍ରସଙ୍ଗ: ପ୍ରେସମିଟ୍ ରେ ମୁଖ୍ୟମନ୍ତ୍ରୀଙ୍କୁ ଟାର୍ଗେଟ କଲା ବିଜେପି

ଭୁବନେଶ୍ୱର : ଦୀର୍ଘ ୧୮ ବର୍ଷ ମଧ୍ୟରେ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଫାଉଣ୍ଡେସନ ଫଣ୍ଡ କମିଟିର ବୈଠକ କେତେ ଥର ହୋଇଛି ଏବଂ କେଉଁ ପରିସ୍ଥିତିରେ ଅଳଙ୍କାର ଗୁଡ଼ିକ ନାଜିର ଖାନା ଏବଂ ପରେ ଷ୍ଟେଟବ୍ୟାଙ୍କରେ ରଖିବାକୁ ଅନୁମତି ଦିଆଗଲା, ତାହା ମୁଖ୍ୟମନ୍ତ୍ରୀ ତୁରନ୍ତ ସ୍ପଷ୍ଟ କରିବାକୁ ବିଜେପି ରାଜ୍ୟ ମୁଖପାତ୍ର ପୀତାମ୍ବର ଆଚାର୍ଯ୍ୟ ପ୍ରେସମିଟରେ ବିଜେପି ପକ୍ଷରୁ ଦାବୀ କରିଛନ୍ତି ।

ଶ୍ରୀମନ୍ଦିର ରତ୍ନଭଣ୍ଡାର ଚାବି ହଜିବା ଘଟଣାକୁ ନେଇ ଏବେ ରାଜ୍ୟରେ ବେଶ୍ ହଟଚମଟ ସୃଷ୍ଟି ହେବାରେ ଲାଗିଛି । ଶାସକ ବିଜେଡ଼ି ଏବଂ ବିରୋଧି ବିଜେପି ମଧ୍ୟରେ ଚାଲିଛି ତୁ ତୁ ମେଁ ମେଁ । ଏହି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ମଧ୍ୟ ମୁହଁ ଖୋଲିଛି କଂଗ୍ରେସ ଦଳ । ତେବେ ବିଜେପି ପ୍ରେସମିଟ କରି ରାଜ୍ୟ ମୁଖ୍ୟମନ୍ତ୍ରୀଙ୍କୁ କଟୁ ସମାଲୋଚନା କରିବା ସହିତ ଏହି ଘଟଣାରେ ମୁଖ୍ୟମନ୍ତ୍ରୀଙ୍କୁ ସିଧାସିଳଖ ଟାର୍ଗେଟ କରିଛି ବିଜେପି ।

 

 

ବିଜେପି ମୁଖପାତ୍ର ପିତାମ୍ବର ଆଚାର୍ଯ୍ୟ କହିଛନ୍ତି, “ଗୋଟିଏ ପଟେ ରତ୍ନଭଣ୍ଡାର ଚାବି ହଜିବା ଏବଂ ଅନ୍ୟପଟେ ଖୋଦ୍ ମୁଖ୍ୟମନ୍ତ୍ରୀ ଫାଉଣ୍ଡେସନ ଫଣ୍ଡ କମିଟିର ଚେୟାରମ୍ୟାନ ଥାଇ ମଧ୍ୟ ନିଜ କର୍ତ୍ତବ୍ୟରୁ ଦୂରେଇ ରହିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ” । ବିଜେପି ମୁଖପାତ୍ର ଶ୍ରୀ ଆଚାର୍ଯ୍ୟ ମଧ୍ୟ ଏହି ପ୍ରେସମିଟରେ ସିଧାସଳଖ ଦୋଷୀ ବୋଲି କହିବାକୁ ପଛାଇନାହାନ୍ତି ।

ଏହି ପ୍ରେସମିଟରେ ବିଜେପି ମୁଖପାତ୍ର ପୀତାମ୍ବର ଆଚାର୍ଯ୍ୟ ମଧ୍ୟ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି, “ଗତ ୧୩ ଦିନ ରତ୍ନଭଣ୍ଡାର ଚାବି ହଜିବା ପ୍ରସଙ୍ଗରେ ବିଜେପି ପକ୍ଷରୁ ଏକ ଉଚ୍ଚସ୍ତରୀୟ ପ୍ରତିନିଧି ଦଳ ପୁରୀ ରତ୍ନ ସିଂହଦ୍ୱାର ଥାନାରେ ଏତଲା ଦେଇଥିଲେ ଏବଂ ପୋଲିସ ମହାନିର୍ଦ୍ଦେଶକ ପ୍ରତିଶୃତି ଦେବାପରେ ମଧ୍ୟ ଥାନାରେ ଏତଲା ରୁଜୁ ନହେବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି କହିଛନ୍ତି ପୀତାମ୍ବର ଆଚାର୍ଯ୍ୟ ।

ରାଜ୍ୟ ବିଜେପି କାର୍ଯ୍ୟାଳୟଠାରେ ବିଜେପି ପକ୍ଷରୁ ଅନୁଷ୍ଠିତ ହୋଇଥିବା ଏହି ପ୍ରେସମିଟରେ ରାଜ୍ୟ ଉପସଭାପତି ସମୀର ମହାନ୍ତି ମଧ୍ୟ ଉପସ୍ଥିତ ରହିଥିଲେ ।

Leave A Reply

Your email address will not be published.