Latest Odisha News

BREAKING NEWS

‘ସିଲଭର ଫୟଲ’ ଲାଗିଥିବା ମିଠା ସ୍ୱାସ୍ଥ୍ୟ ପାଇଁ କେତେ କ୍ଷତିକାରକ, ଜାଣନ୍ତୁ

ଭୁବନେଶ୍ୱର: ଏବେ ପାର୍ବଣର ମାହୋଲ । ଚାରିଆଡେ ଆନନ୍ଦ ଓ ଉଲ୍ଲାସର ବାତାବରଣ । ପୂଜାପାଠ ଠାରୁ ଆରମ୍ଭ କରି ଖାଇବା ପିଇବା ସବୁଥିରେ ସ୍ଵତନ୍ତ୍ରତାର ଝଲକ ବେଶ୍ ବାରି ହୋଇ ପଡୁଛି ।

ପୂଜାକୁ ନଜରରେ ରଖି ସହରର ବିଭିନ୍ନ ମିଠା ଦୋକାନ ମାନଙ୍କରେ ଭଳିକି ଭଳି ମିଠା ବିକ୍ରି ହେଉଥିବାର ନଜରକୁ ଆସୁଛି । ମିଠାରେ ଚାନ୍ଦି କାମ ନହୋଇଥିଲେ ଏହା ସୁନ୍ଦର ଓ ମନଲୋଭା ଦେଖାଯାଏନାହିଁ । ଟେଷ୍ଟ ଭଲ ରହିବା ସହ ଲୁକ୍ ମଧ୍ୟ ଭଲ ଦେଖାଯିବା ଦରକାର। ଏଥିପାଇଁ ଅଧିକାଂଶ ‘ମିଠାରେ ଚାନ୍ଦିକାମ’ ବା ‘ସିଲଭର ଫୟଲ’ ଲାଗିଥିବା ଦେଖିବାକୁ ମିଳୁଛି । ସିଲଭର ଫୟଲ ବା ଚାନ୍ଦିକାମ ଆର୍ୟୁବେଦିକ ଔଷଧର ଏକ ଅଂଶବିଶେଷ ଏବଂ ଖାଇବା ଜିନିଷକୁ ସଜାଇବାରେ ଏହା ବ୍ୟବହୃତ ହୋଇଥାଏ।

ଆପଣ ଦେଖୁଥିବା ଏହି ସୁନ୍ଦର ଚାନ୍ଦିକାମ ସବୁବେଳେ କିନ୍ତୁ ଚାନ୍ଦିରେ ହୋଇନଥାଏ । ଆଜିକାଲି ଚାନ୍ଦି ଭଳି ଦେଖାଯାଉଥିବା ବିଭିନ୍ନ ପ୍ରକାର ବିଷାକ୍ତ ମେଟାଲ୍ ବଜାରକୁ ଆସିଗଲାଣି। ମିଠା ବ୍ୟତୀତ ଅନ୍ୟ ଖାଦ୍ୟ ଜିନିଷ ମଧ୍ୟ ସଜାଇବା ପାଇଁ ଏହା ବ୍ୟବହାର କରାଯାଉଛି।

ଖାଇବା ଜିନିଷ ଏବଂ ମିଠାରେ ସବୁଠୁ ବେଶୀ ପର୍ବପର୍ବାଣୀରେ ଅପମିଶ୍ରଣ ହୋଇଥାଏ। ଏହି ସମୟରେ ସିଲଭର ବଦଳରେ ଆଲୁମିନିୟମର ପ୍ରୟୋଗ ହୋଇଥାଏ ଯାହା ସ୍ବାସ୍ଥ୍ୟ ପାଇଁ କ୍ଷତିକାରକ ହୋଇଥାଏ। ଅନେକ ସ୍ଥାନରେ ନିମ୍ନ ଧରଣର ସିଲଭରର ପ୍ରୟୋଗ ମଧ୍ୟ କରାଯାଇଥାଏ।

ଅନେକ ଥର ଏଥିରୁ ନିକେଲ ଓ ଲିଡ ଭଳି ବିଷାକ୍ତ ଜିନିଷ ମିଳିବାର ଦେଖାଯାଇଛି । ଏହାଦ୍ବାରା ବିଭିନ୍ନ ପ୍ରକାର ଭୟଙ୍କର ରୋଗ ହେବାର ଆଶଂକା ମଧ୍ୟ ରହୁଛି ।

ତେବେ କିପରି ପରଖିବେ ଆପଣ ଖାଉଥିବା ମିଠାର ସିଲଭର ଫୟଲ ଅସଲି କି ନକଲି….

ମିଠା ଉପରୁ ସିଲଭର ଫୟଲକୁ ହଟାନ୍ତୁ। ଯଦି ଏହା ଆଙ୍ଗୁଠିରେ ଅଠା ଭଳି ଲାଗିଯାଏ ତେବେ ଏହାର ଅର୍ଥ ଏଥିରେ ଆଲୁମିନିୟମ୍ ମିଶ୍ରିତ କରାଯାଇଛି।

ମିଠାରୁ ସିଲଭର ଫୟଲ ଉଠାଇ ଏହାକୁ ନିଆଁରେ ଜଳାନ୍ତୁ। ଯଦି ଏହା ସିଲଭର ହୋଇଥିବ ତେବେ ଏହା ଜଳି ପେଣ୍ଡୁ ଭଳି ହୋଇଯିବ। ଯଦି ଆଲୁମିନିୟମ୍ ହୋଇଥିବ ଏହା ପୋଡ଼ି ପାଉଁଶ ହୋଇଯିବ।

ହାତରେ ସିଲଭର ଲିଫକୁ ରଗଡ଼ନ୍ତୁ। ଯଦି ଏହା ଗାୟବ ହୋଇଯାଏ ତେବେ ଏହା ସିଲଭର, ଯଦି ଏହା ପେଣ୍ଡୁ ଭଳି ହୋଇଯିବ ତେବେ ଏହା ଆଲୁମିନିୟମ ବୋଲି ଜାଣନ୍ତୁ ।

Comments are closed.