ଅହମ୍ମଦାବାଦ: ସାରା ଦେଶରେ ନୂଆ ମୋଟର ଯାନ ଆଇନ ଅନୁଯାୟୀ ଟ୍ରାଫିକ୍ ଉଲଘଂନକାରୀଙ୍କୁ କଡାକଡି ଭାବେ ଫାଇନ୍ ଆଦାୟ କରାଯାଉଥିବା ବେଳେ ଗୁଜୁରାଟରେ ଟ୍ରାଫିକ୍ ଫାଇନରେ ପରିବର୍ତ୍ତନ କରିଛନ୍ତି ସରକାର ।
ଗାଡି ଚାଳକ ହେଲମେଟ୍ ଓ ସିଟ୍ ବେଲ୍ଟ ନପିନ୍ଧିଥିଲେ ସେମାନଙ୍କ ଠାରୁ ଏବେ ୫ଶହ ଟଙ୍କା ଆଦାୟ କରାଯିବା ନେଇ ଗୁଜୁରାଟ ସରକାର ନିଷ୍ପତ୍ତି ଗ୍ରହଣ କରିଛନ୍ତି । ସେହିପରି ଚାଳକଙ୍କ ପାଖରେ ଡ୍ରାଇଭିଂ ଲାଇସେନ୍ସ ନଥିଲେ ଦୁଇ ଚକିଆ ଯାନ ଲାଗି ୨ ହଜାର ଓ ଚାରି ଚକିଆ ଯାନ ଲାଗି ୩ ହଜାର ଟଙ୍କା ହୋଇଛି । ଯାହାକି ପୂର୍ବରୁ ୫୦୦୦ ଟଙ୍କା ଟ୍ରାଫିକ୍ ଫାଇନ୍ ରହିଥିଲା ।
ଆହୁରି ମଧ୍ୟ ଏହି ନୂଆ ମୋଟର ଯାନ ଅଧିନିୟମରେ ଉଲ୍ଲେଖ ଥିବା ଟ୍ରାଫିକ୍ ଜୋରିମାନାକୁ ହ୍ରାସ କରିବା ଅଧିକାର ରାଜ୍ୟ ସରକାରଙ୍କର ରହିଛି ବୋଲି ଗୁଜୁରାଟ ମୁଖ୍ୟମନ୍ତ୍ରୀ ବିଜୟ ରୂପାନୀ କହିଛନ୍ତି ।
ଉଲ୍ଲେଖଯୋଗ୍ୟ, ଓଡିଶାରେ ଗାଡି ସମ୍ବନ୍ଧୀୟ ସମସ୍ତ ପ୍ରକାର କାଗଜପତ୍ର ହାସଲ କରିବା ଲାଗି ଚାଳକଙ୍କୁ ୩ମାସ ଯାଏଁ ସମୟ ପ୍ରଦାନ କରିଛନ୍ତି ସରକାର ।
Comments are closed.