Latest Odisha News

BREAKING NEWS

ଦୁର୍ଗା ମୂର୍ତ୍ତିରେ କାରିଗରଙ୍କ ଶେଷ ସ୍ପର୍ଶ

କଟକ: ଜଗତଜନନୀ ମା’ ଦୁର୍ଗାଙ୍କ ଆଗମନ ନେଇ ଚଳଚଞ୍ଚଳ ହୋଇଉଠିଛି ପରିବେଶ । କଟକରେ ମୂର୍ତ୍ତି କାମ ଶେଷ ହୋଇଆସୁଥିବା ବେଳେ କାରିଗର ହାତକୁ ବି ତର ନାହିଁ । ଦୋ ମାଟିଆ କାମ ବି ଶେଷ ହୋଇଗଲାଣି । ଖଡିଲାଗି ଅମାବାସ୍ୟା ତିଥିରେ ଖଡ଼ି ଚଢାଯାଇ ରଙ୍ଗ ଦିଆଯିବ । ଚଳିତଥର ୪ଫୁଟ ଉଚ୍ଚତାର ମୂର୍ତ୍ତି କରାଯାଉଥିବାରୁ ଅଧିକ ସମୟ ଲାଗିବ ନାହିଁ । ଖୁବଶିଘ୍ର ଶେଷ ହୋଇଯିବ ବୋଲି କୁହାଯାଇଛି ।

ସେହିପରି ସହରର ଚାଉଳିଆଗଞ୍ଜ ପୂଜା ମଣ୍ଡପରେ ମଧ୍ୟ ମୂର୍ତ୍ତି କାମ ଜାରି ରହିଛି । ଦୋମାଟିଆ କାମ ଶେଷ ହୋଇଥିବା ବେଳେ ବର୍ତ୍ତମାନ ଖଡି ଏବଂ ରଙ୍ଗ ଦେବାକୁ ଅପେକ୍ଷା କରି ରହିଛନ୍ତି କାରିଗର । ଅନ୍ୟପକ୍ଷରେ ଷଷ୍ଠୀ ଠାରୁ ଦଶମୀ ପର୍ଯ୍ୟନ୍ତ ସ୍ୱତନ୍ତ୍ର ରୀତିନୀତି ପୂଜା କରାଯାଇ ବିସର୍ଜନ ପର୍ବ ପାଳିତ ହେବ।  ପୁର୍ବରୁ ବଡ ମୂର୍ତ୍ତି ହେଉଥିଲା ବେଳେ ଚାନ୍ଦିମେଢ ଲଗାଯାଇଥାଏ । ହେଲେ ଦୁଇବର୍ଷ ହେବ ମୂର୍ତ୍ତି ଛୋଟ ହେବାରୁ ଜରିମେଢ ଲାଗି କରିଯିବ । ମଣ୍ଡପରେ ମା’ ଙ୍କର ପୂଜା ପାଇଁ ସରକାରଙ୍କ ଏସ୍ଓପିକୁ ପାଳନ କରିବାକୁ କମିଟିର ସମସ୍ତ କର୍ମକର୍ତ୍ତାମାନଙ୍କୁ କୁହାଯାଇଛି ।

 

Leave A Reply

Your email address will not be published.