Latest Odisha News

BREAKING NEWS

ଭାରତ ବିରୋଧରେ ଷଡଯନ୍ତ୍ର: ଚୀନ ସେନାରେ ପାକିସ୍ତାନ ଅଧିକାରୀ !

ଲଦାଖ: ଚୀନ ଓ ପାକିସ୍ତାନ ମିଳିତ ଭାବେ ଭାରତ ବିରୋଧରେ ରଚୁଛନ୍ତି ଷଡଯନ୍ତ୍ର । ଏହାର ଆଉ ଏକ ପ୍ରମାଣ ଆଜି ହସ୍ତଗତ ହୋଇଛି । ଚୀନ ୱେଷ୍ଟର୍ଣ୍ଣ ଓ ସଦର୍ଣ୍ଣ କମାଣ୍ଡୋଙ୍କ ମଧ୍ୟରେ ପାକିସ୍ତାନ ସେନା ଅଧିକାରୀଙ୍କୁ କଣ ପାଇଁ ସାମିଲ କରିଛି ତାହା ବର୍ତମାନ ଚିନ୍ତାର କାରଣ ହୋଇଛି । ନ୍ୟୁଜ୧୮ରେ ପ୍ରକାଶିତ ଖବର ଅନୁସାରେ ୱେଷ୍ଟର୍ଣ୍ଣ କମାଣ୍ଡୋ ଲଦାଖ ଏବଂ ସଦର୍ଣ୍ଣ କମାଣ୍ଡୋଙ୍କୁ ତିବ୍ଦତ ଅଂଚଳରେ ନିୟୋଜିତ କରାଯାଇଛି ।

ଭାରତର ରକ୍ଷା ମନ୍ତ୍ରଣାଳୟ ଓ ସେନା ଏ ନେଇ ସତର୍କତା ମୂଳକ ପଦକ୍ଷେପ ଆରମ୍ଭ କରିଦେଇଛନ୍ତି । ଦୁଇ ପଡୋଶୀ ଦେଶ ଉପରେ ଏ ନେଇ ତୀକ୍ଷଣ ନଜର ରଖାଯାଇଛି । ପାକିସ୍ତାନର କେତେଜଣ ଆର୍ମି ଅଫିସର ନିୟୋଜିତ ହୋଇଛନ୍ତି ସେ ନେଇ ସଠିକ ତଥ୍ୟ ହସ୍ତଗତ ହୋଇପାରି ନାହିଁ ।

Leave A Reply

Your email address will not be published.