Latest Odisha News

BREAKING NEWS

ଚା’ ଦୋକାନୀଙ୍କ ଅଭିଯୋଗ କ୍ରମେ ଟିଏମସି ସାଂସଦ ମହୁଆ ମୈତ୍ରଙ୍କ ନାଁରେ ମାମଲା ରୁଜୁ

ଭୋପାଳ: ମା’ କାଳୀଙ୍କୁ ଉପରେ ବିବାଦୀୟ ଟିପ୍ପଣୀ କରି ଅଡୁଆ ଜାଲରେ ଛନ୍ଦି ହୋଇ ଯାଉଛନ୍ତି ଟିଏମସି ସାଂସଦ ମହୁଆ ମୈତ୍ର । ଏବେ ଭୋପାଳର ଏକ ଚା’ ଦୋକାନୀଙ୍କ ଅଭିଯୋଗ କ୍ରମେ ମହୁଆଙ୍କ ନାଁରେ ମାମଲା ରୁଜୁ ହୋଇଛି । ଗୋଟିଏ ପଟେ ଏଭଳି ମନ୍ତବ୍ୟକୁ ତାଙ୍କ ଦଳ ଟିଏମସି ନିନ୍ଦା କରିବା ସହିତ ବ୍ୟକ୍ତିଗତ ମତ କହି ସାଇଡ୍ ମାରି ଦେଇଛି ଅନ୍ୟପଟେ ଅନ୍ୟାନ୍ୟ ବିରୋଧୀ ଦଳ ମଧ୍ୟ ମହୁଆଙ୍କ ମନ୍ତବ୍ୟକୁ ସମର୍ଥନ କରୁନଥିବା ଦେଖିବାକୁ ମିଳିଛି।

ମା’ କାଳୀଙ୍କ ଭକ୍ତ ରାମଚନ୍ଦ୍ର କୁକରେଜା କହିଛନ୍ତି ୩୦ ବର୍ଷ ହେବ ସେ ମା’ଙ୍କୁ ପୂଜା କରି ଆସୁଛନ୍ତି। ହେଲେ ମା’ କାଳୀ କେବେ ମାଂସ କିମ୍ବା ମଦ ତାଙ୍କ ପାଖରେ ପ୍ରସାଦ ଭାବେ ଲାଗିହେଉଥିବାର ନଜିର ନାହିଁ । କିନ୍ତୁ ଟିଭିରେ ମହୁଆ ଯେପରି ଭାବେ କାଳୀଙ୍କୁ ବର୍ଣ୍ଣନା କରିଛନ୍ତି ତାହା ତାଙ୍କ  ଧାର୍ମିକ ଭାବନାକୁ ଆଘାତ ଦେଇଛନ୍ତି । ରାମଚନ୍ଦ୍ର ପେଶାରେ ଜଣେ ଚା’ ଦୋକାନୀ । ମନ୍ଦିର ପାଖରେ ତାଙ୍କର ଚା’ ଦୋକାନ ରହିଛି। ଜଣେ ନିର୍ବାଚିତ ପ୍ରତିନିଧି ଏପରି କହିବା ଠିକ୍ ହୋଇନି ବୋଲି ୫୨ ବର୍ଷୀୟ ଏହି ବୃଦ୍ଧ ଜଣଙ୍କ ବୁଧବାର ଏପରି କହିଛନ୍ତି।

ଏବେ ସେ ଭୋପାଳ କ୍ରାଇମବ୍ରାଞ୍ଚରେ ଏତଲା ରୁଜୁ କରିଛନ୍ତି। ରାଜ୍ୟରେ ଶାସକ ଦଳ ବିଜେପି ଏବଂ ଦେଶରେ ବିଜେପିର ଘୋର ବିରୋଧୀ ଟିଏମସି । ଏପରି ସ୍ଥିତିରେ ରାମଚନ୍ଦ୍ର କହିଛନ୍ତି, ତାଙ୍କର କୌଣସି ଉଦ୍ଦେଶ୍ୟ ଖରାପ ନାହିଁ କି ରାଜନୈତିକ ଉଦ୍ଦେଶ୍ୟ ରଖି ଏପରି ମାମଲା ରୁଜୁ କରି ନାହାନ୍ତି। ସେ ବିନା କୌଣସି ଚାପରେ ଏହି ଏତଲା ଦାୟର କରିଛନ୍ତି। ଧାର୍ମିକ ଭାବନାକୁ ଆଘାତ ଦେଇଥିବାରୁ ତାଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯାଉ ବୋଲି ସେ ଦାବି କରିଛନ୍ତି।

ସେହିପରି ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହ୍ୱାନ କହିଛନ୍ତି, ମହୁଆ ମୈତ୍ରଙ୍କ ଏପରି ବୟାନ ହିନ୍ଦୁ ଧାର୍ମିକ ଭାବନାକୁ କ୍ଷତି ପହଞ୍ଚାଇଛି। ଏପରି ଆଚରଣ ଏବଂ ଉଚ୍ଚାରଣକୁ ବରଦାସ୍ତ କରାଯିବ ନାହିଁ।

Leave A Reply

Your email address will not be published.