Latest Odisha News

ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କୁ ରାଜ୍ୟ ଅତିଥି ମାନ୍ୟତା ଦେବେ ରାଜ୍ୟ ସରକାର

ଏନଡିଏର ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ  ୮ରେ ଓଡିଶା ଆସୁଛନ୍ତି

 

ଓଡ଼ିଶା ସମ୍ବାଦ ବ୍ୟୁରୋ:  ଏନଡିଏର ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ  ୮ରେ ଓଡିଶା ଆସୁଛନ୍ତି । ଜୁଲାଇ ୮ତାରିଖରେ ଦ୍ରୌପଦୀ ମୁର୍ମୁ ଓଡିଶା ଆସିବା କାର୍ଯ୍ୟକ୍ରମ  ସ୍ଥିର ହୋଇଛି । ତେବେ ଏହା ପୂର୍ବରୁ ବିଜେଡି ସଭାପତି ନବୀନ ପଟ୍ଟନାୟକ ଦଳମତ ନିର୍ବିଶେଷରେ ଓଡିଆ ଝିଅ ଦ୍ରୌପଦୀଙ୍କୁ ସମର୍ଥନ ଦେବାକୁ ଅପିଲ କରିଛନ୍ତି । ବିଭିନ୍ନ ଦଳର ବିଧାୟକଙ୍କୁ ବିଜେଡି ନେତାମାନେ ସାକ୍ଷାତ କରି ତାଙ୍କୁ ଭୋଟ ଦେବାକୁ କହୁଛନ୍ତି । ଆଉ ସବୁଠୁ ବଡ଼ କଥା ହେଲା ଏହି ଗସ୍ତ ସମୟରେ ଦ୍ରୈାପଦୀ ମୁର୍ମୁଙ୍କୁ ରାଜ୍ୟ ଅତିଥି ଭାବେ ମାନ୍ୟତା ଦେଇ ରାଜ୍ୟ ସରକାର ଅତିଥି ସତ୍କାର କରିବେ  ବୋଲି ବିଜ୍ଞପ୍ତି ପ୍ରକାଶ ପାଇଛି ।

ଏହି ଗସ୍ତ ସମୟରେ ଏନଡିଏ ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୈାପଦୀ ମୁର୍ମୁଙ୍କୁ ରାଜ୍ୟ ଅତିଥି ଭାବରେ ଗ୍ରହଣ କରାଯିବ ବୋଲି ଜଣାପଡିଛି । ଉପ-ସଚିବ, ଗୃହ (ପ୍ରୋଟୋକଲ୍) ବିଭାଗ, ଓଡିଶା ସରକାରଙ୍କ ଦ୍ବାରା ଜାରି ବିଜ୍ଞପ୍ତି ଅନୁଯାୟୀ, ଦ୍ରୈାପଦୀ ମୁର୍ମୁଙ୍କୁ ରାଜ୍ୟ ଅତିଥି ମାନ୍ୟତା ମିଳିବ । ତାଙ୍କୁ ଏସକର୍ଟ ପାଇଲଟ୍ ଏବଂ PSO ସମେତ ଅନ୍ୟାନ୍ୟ ସୁରକ୍ଷା  ଯୋଗାଇ ଦିଆଯିବ।

ଏହା ସହ ଷ୍ଟେଟ୍ ଗେଷ୍ଟ ହାଉସ୍ ମ୍ୟାନେଜର ରିସେପ୍ସନ୍, ରହିବା ଏବଂ ବୋର୍ଡିଂ, ପରିବହନ ଆଦି ସମସ୍ତ  ବ୍ୟବସ୍ଥାର ତଦାରଖ କରିବେ । ତାମିଲନାଡୁ, ଆନ୍ଧ୍ରପ୍ରଦେଶ, ବିହାର ଏବଂ ଆସାମ ପରିଦର୍ଶନ କରିବା ପରେ ଦ୍ରୈାପଦୀ ମୁର୍ମୁ ନିଜ ରାଜ୍ୟକୁ ଆସୁଛନ୍ତି । ଏହି ସମୟରେ ସେ ସବୁ ଦଳର ସାଂସଦ ଏବଂ ବିଧାୟକଙ୍କ ସମର୍ଥନ ଲୋଡିବେ । ଭାରତର 16 ତମ ରାଷ୍ଟ୍ରପତିଙ୍କ ପାଇଁ ଜୁଲାଇ 18 ରେ ନିର୍ବାଚନ ଅନୁଷ୍ଠିତ ହେବ।

ଗସ୍ତ ସମୟରେ ଦ୍ରୈାପଦୀ ମୁର୍ମୁ ପ୍ରଥମେ ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କୁ ନିଶ୍ଚୟ ଭେଟିବେ । ଯଦିଓ ପୂର୍ବରୁ ନବୀନ ସମର୍ଥନ ଘୋଷଣା କରିସାରିଛନ୍ତି ତଥାପି ସୈାଜନମୂଳକ ସାକ୍ଷାତ କରିବା ସହ ସମର୍ଥନ ନିହାତି ମାଗିବେ ।   ଏହାପରେ କଂଗ୍ରେସ ନେତାଙ୍କୁ ସାକ୍ଷାତ କରି ସମର୍ଥନ ଲୋଡିବେ ଦ୍ରୌପଦୀ ମୁର୍ମୁ । ରାଜ୍ୟ କଂଗ୍ରେସ ସଭାପତି ଶରତ ପଟ୍ଟନାୟକ  ଦଳୀୟ ନିଷ୍ପତି ଆଧାରରେ ସମର୍ଥନ ଦେବାକୁ ଘୋଷଣା କରିସାରିଛନ୍ତି । ତେଣୁ ଓଡିଆ ହିସାବରେ ଦ୍ରୈାପଦୀ ମୁର୍ମୁ ତାଙ୍କୁ କଣ କହୁଛନ୍ତି ତାହା ଭେଟିବା ବେଳେ ଜଣାପଡିବ ।

Leave A Reply

Your email address will not be published.