Latest Odisha News

BREAKING NEWS

ରାଜଧାନୀ ୧ ନମ୍ବର ହାଟରେ ପୁଣି ଅଗ୍ନିକାଣ୍ଡ: ଜଳିଗଲା ଏକାଧିକ ଦୋକାନ

ଭୁବନେଶ୍ବର: ପୁଣି ଭୁବନେଶ୍ବର ଏକ ନମ୍ବର ମାର୍କେଟରେ ଅଗ୍ନିକାଣ୍ଡ। ଜଳିଗଲା ୫ରୁ ଅଧିକ ଦୋକାନ। ପୂଜା ସାମଗ୍ରୀ ଦୋକାନରୁ ଲାଗିଛି ନିଆଁ। ସର୍ଟ ସର୍କିଟରୁ ଅଗ୍ନିକାଣ୍ଡ ଘଟିଥିବା ସନ୍ଦେହ କରାଯାଉଛି। ଘଟଣାସ୍ଥଳରେ ଅଗ୍ନିଶମ ଟିମ୍ ପହଞ୍ଚି ନିଆଁକୁ ଆୟତ୍ତ କରିଛି। ତେବେ କେତେ ଟଙ୍କାର କ୍ଷୟକ୍ଷତି ଘଟିଛି ଆକଳନ ପରେ ଜଣାପଡିବ ବୋଲି ଅଗ୍ନିଶମ ଅଧିକାରୀ ସୂଚନା ଦେଇଛନ୍ତି।

ତେବେ ଅଗ୍ନିକାଣ୍ଡର ପ୍ରକୃତ କାରଣ ନେଇ ଅଧିକ ତଦନ୍ତ କରାଯିବ। ଅଗ୍ନିକାଣ୍ଡ ସମ୍ପର୍କରେ ଖବର ପାଇବା ପରେ ଭୁବନେଶ୍ୱର ଅଗ୍ନିଶମ କେନ୍ଦ୍ରର କର୍ମଚାରୀମାନେ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲେ । ଅଗ୍ନିଶମ କର୍ମଚାରୀଙ୍କ ଉଦ୍ୟମରେ ନିଆଁ ଲିଭାଇବା କାର୍ଯ୍ୟ ଆରମ୍ଭ ହୋଇଥିଲା । ସୌଭାଗ୍ୟବଶତଃ ଏହି ଅଗ୍ନିକାଣ୍ଡରେ କୌଣସି ଜନଜୀବନ ହାନି ଘଟିନାହିଁ। ତେବେ ଦୁଇଟି ଦୋକାନରେ ଥିବା ବିଭିନ୍ନ ସାମଗ୍ରୀ ନିଆଁରେ କ୍ଷତିଗ୍ରସ୍ତ ହୋଇଛି । କ୍ଷୟକ୍ଷତିର ପରିମାଣ ସମ୍ପର୍କରେ ଏପର୍ଯ୍ୟନ୍ତ ସ୍ପଷ୍ଟ ସୂଚନା ମିଳିନାହିଁ । ଘଟଣାକୁ ନେଇ ସମ୍ପୃକ୍ତ ବିଭାଗ ପକ୍ଷରୁ ତଦନ୍ତ ଜାରି ରହିଛି ।

ଉଲ୍ଲେଖଯୋଗ୍ୟ, ଭୁବନେଶ୍ୱର ୧ ନମ୍ବର ହାଟରେ ଏହା ପୂର୍ବରୁ ମଧ୍ୟ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଥିଲା। ଯେ ୧୦ରୁ ଅଧିକ ଦୋକାନ ଜଳିପୋଡି ଛାର୍ଖାର୍ ହୋଇଯାଇଥିଲା। ଏହି ଘଟଣା ପରେ ବ୍ୟବସାୟୀଙ୍କ ମଧ୍ୟରେ ପୁଣି ଚିନ୍ତା ବଢ଼ିଛି।

Leave A Reply

Your email address will not be published.