ନୂଆଦିଲ୍ଲୀ: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଅଫିସ୍ରେ ଅଗ୍ନିକାଣ୍ଡ। ମଙ୍ଗଳବାର ଦିନ ପଶ୍ଚିମବଙ୍ଗ ସଚିବାଳୟର ୧୪ ତମ ମହଲାରେ ତଥା ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ କାର୍ଯ୍ୟାଳୟରେ ଅଗ୍ନିକାଣ୍ଡ ଘଟିଥିବା ସୂଚନା ମିଳିଛି।
ପଶ୍ଚିମବଙ୍ଗର ଅସ୍ଥାୟୀ ରାଜ୍ୟ ସଚିବାଳୟ ଥିବା ନାବନାର ଶ୍ରମିକମାନେ ୧୪ ତମ ମହଲାରୁ ଧୂଆଁ ବାହାରୁଥିବା ଦେଖିଥିଲେ। ଖୁବ୍ ଶୀଘ୍ର ଅଗ୍ନିଶମ ବିଭାଗ ଏବଂ ବିପର୍ଯ୍ୟୟ ପରିଚାଳନା ଅଧିକାରୀମାନେ ତ୍ୱରାନ୍ୱିତ ହୋଇଥିଲେ।
ଏହାପରେ ସେମାନେ ତୁରନ୍ତ ଅଗ୍ନିଶମ ବାହିନୀ ଓ ରାଜ୍ୟ ବିପର୍ଯ୍ୟୟ ପରିଚାଳନା ବିଭାଗକୁ ଖବର ଦିଆଯାଇଥିଲା। ଅଗ୍ନିଶମ କର୍ମଚାରୀମାନେ ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ।
ଦୁର୍ଗାପୂଜା ଯୋଗୁ ରାଜ୍ୟ ସଚିବାଳୟ ବନ୍ଦ ରହିଥିବା ଯୋଗୁ ଅଗ୍ନିକାଣ୍ଡ ବେଳେ କୌଣସି କର୍ମଚାରୀ ଏହା ମଧ୍ୟରେ ନଥିଲେ। ତେଣୁ ଘଟଣାରେ କେହି ବି ମୃତାହତ ହୋଇନାହାନ୍ତି।
Comments are closed.