Latest Odisha News

BREAKING NEWS

ଆର୍ଯ୍ୟନଙ୍କ ପାଇଁ ନୂଆ ଓକିଲ ନିଯୁକ୍ତ

ମୁମ୍ବାଇ: ପୁଅ ଆର୍ଯ୍ୟନ ପାଇଁ କିଙ୍ଗଖାନ ଶାହରୁଖଙ୍କ ଚିନ୍ତା ଦିନକୁ ଦିନ ଅଧିକ ଘନେଇବାରେ ଲାଗିଛି । ମୁମ୍ବାଇ ଡ୍ରଗ୍ସ ମାମଲାରେ ପୁଅ ପାଇଁ ଏବେ କିଙ୍ଗଖାନ ଯୋଗାଡ କରିଛନ୍ତି ଆଉ ଜଣେ ଓକିଲ । ଏ ହେଉଛନ୍ତି ସେହି ଓକିଲ ଯିଏ ସଲମାନଙ୍କୁ ହିଟ୍ ଆଣ୍ଡ୍ ରନ୍ ମାମଲାରେ ଜାମିନରେ ମୁକୁଳାଇଥିଲେ ।

ଜଣାଶୁଣା ଓକିଲ ଅମିତ ଦେଶାଇଙ୍କ ହାତ ଧରିଛନ୍ତି ଶାହରୁଖ ଖାନ । ଶୁକ୍ରବାର ମାଜିଷ୍ଟ୍ରେଟ୍ କୋର୍ଟରେ ଆର୍ଯ୍ୟନଙ୍କ ଜାମିନ ଆବେଦନ ଖାରଜ ହେବା ପରେ ଗତକାଲି ସ୍ୱତନ୍ତ୍ର ଏନ୍ଡିପିଏସ୍ କୋର୍ଟରେ ଆର୍ଯ୍ୟନଙ୍କ ଓକିଲ ଭାବେ ଅମିତ ଦେଶାଇ ନିଜକୁ ଉପସ୍ଥାପନ କରିଥିଲେ । କୋର୍ଟରେ ଜାମିନ ଆବେଦନ ଶୁଣାଣି ପାଇଁ ଅମିତ ଦେଶାଇ ନୂଆ ତାରିଖ ପାଇଁ ଆବେଦନ କରିଥିଲେ । ଅନ୍ୟପଟେ ଜାମିନ ଆବେଦନ ପାଇଁ ମାନ୍ୟବର କୋର୍ଟ ଏନ୍ସିବିକୁ ଜବାବ ତଲବ କରିବା ସହ ଆସନ୍ତାକାଲି ଦିନ ୨.୪୫ ମିନିଟର ସମୟ ଦେଇଛନ୍ତି ।

ଅମିତଙ୍କ ଅନୁଯାୟୀ ଯଦି ଆର୍ଯ୍ୟନ ଦୋଷୀ ସାବ୍ୟସ୍ତ ହୁଅନ୍ତି, ତେବେ ଅତି କମ୍ରେ ତାଙ୍କୁ ଗୋଟିଏ ବର୍ଷ ସଜା ହୋଇପାରେ । ତା ଛଡା ଏନ୍ସିବି ହାତରେ ଆର୍ମ୍ୟନଙ୍କ ବିରୋଧରେ କୌଣସି ବଳିଷ୍ଠ ପ୍ରମାଣ ନାହିଁ ।

ପୂର୍ବରୁ ଅମିତ ଦେଶାଇ ୨୦୧୫ରେ ସଲମାନଙ୍କ ଜାମିନ ଆବେଦନ ମାମଲା ସମ୍ଭାଳିଥିଲେ । ସଲମାନଙ୍କୁ ତଳିୟ କୋର୍ଟ ଶୁଣାଇଥିବା ୫ ବର୍ଷର ଜେଲ ସଜାକୁ ଅମିତ ଚାଂଲେଜ କରିଥିଲେ । ଶେଷରେ ୨୦୧୫ ମସିହା, ମେ’ ମାସରେ ସଲମାନଙ୍କୁ ୩୦ ହଜାର ଟଙ୍କା ଜରିମାନା ବଦଳରେ ଅମିତ ଜାମିନରେ ମୁକୁଳାଇବାରେ ସଫଳ ହୋଇଥିଲେ ।

Leave A Reply

Your email address will not be published.