Latest Odisha News

BREAKING NEWS

ହୋଲିରେ ଘଟିଲା ଅଘଟଣ, ଭଷ୍ମ ଆଳତୀ ବେଳେ ମହାକାଳ ମନ୍ଦିରରେ ଲାଗିଲା ନିଆଁ

ଉଜ୍ଜୈନ: ହୋଲିରେ ଘଟିଲା ଅଘଟଣ । ମହାକାଳ ମନ୍ଦିରରେ ଲାଗିଲା ନିଆଁ । ଭଷ୍ମ ଆଳତୀ ଚାଲିଥିବା ବେଳେ ମଧ୍ୟପ୍ରଦେଶ ଉଜ୍ଜୈନର ମହାକାଳ ମନ୍ଦିରରେ ନିଆଁ ଲାଗିଥିବା ସୂଚନା । ଅଗ୍ନିକାଣ୍ଡରେ ୧୩ ଜଣ ଆହତ ହୋଇଛନ୍ତି । ଆହତ ମାନଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ପୋଲିସ ଓ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁ ଲିଭା କାର୍ଯ୍ୟ ଜାରି ରଖିଛନ୍ତି ।

ସୂଚନା ଅନୁସାରେ, ଘଟଣା ଘଟିବା ସମୟରେ ମନ୍ଦିର ଭିତରେ ମହାକାଳଙ୍କ ଭଷ୍ମ ଆଳତୀ ଚାଲିଥିଲା । ସେପଟେ ହୋଲି ଉତ୍ସବ ମଧ୍ୟ ଚାଲିଥିଲା । ଜିଲ୍ଲାପାଳ ନିରଜ କୁମାର ସିଂଙ୍କ କହିବା ଅନୁସାରେ, ଗର୍ଭଗୃହରେ ଭଷ୍ମ ଆଳତୀ ଚାଲିଥିବା ସମୟରେ ଏହି ଅଗ୍ନିକାଣ୍ଡ ଘଟିଛି । ଅଗ୍ନିକାଣ୍ଡରେ ୧୩ଜଣ ଆହତ ହୋଇଛନ୍ତି । ସେମାନଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ତେବେ ଆହତ ମାନଙ୍କ ମଧ୍ୟରୁ କିଛି ପୂଜକ ମଧ୍ୟ ଥିବା ଜଣାପଡିଛି ।

ପ୍ରାରମ୍ଭିକ ତଦନ୍ତ ଅନୁସାରେ, ହୋଲି ଖେଳିବା ବେଳେ ଅଭିରରୁ ଏହି ନିଆଁ ଲାଗିଥାଇପାରେ ବୋଲି କୁହାଯାଉଛି । ଏନେଇ ଅଦିକ ତଦନ୍ତ କରାଯିବ । ତଦନ୍ତ ପରେ ନିଆଁ କେଉଁ କାରଣରୁ ଲାଗିଲା ଏବଂ କେଉଁ ପଦାର୍ଥ ଦ୍ଵାରା ନିଆଁ ଏତେ ଶୀଘ୍ର ବ୍ୟପିଲା ସେ ବିଷୟରେ ଜଣାପଡିବ ।

Leave A Reply

Your email address will not be published.