କାନପୁର: ଉତ୍ତରପ୍ରଦେଶ କାନପୁରରେ କାର୍ଡିଓଲୋଜି ଇନଷ୍ଟିଚ୍ୟୁଟର ଆଇସିୟୁରେ ଭୟାବହ ନିଆଁ ଲାଗିଛି । ଅଗ୍ନିକାଣ୍ଡ ପରେ ଆଇସିୟୁରେ ଥିବା ରୋଗୀଙ୍କୁ ତୁରନ୍ତ ବାହାର କରିଦିଆଯାଇଛି । ୨ ଜଣ ରୋଗୀଙ୍କ ମୃତ୍ୟୁ ହୋଇଥିବା ବେଳେ ୧୦୦ରୁ ଅଧିକ ରୋଗୀ ତିମାରଦାର ହସ୍ପିଟାଲରେ ଫସି ରହିଥିବା ସୂଚନା ମିଳୁଛି । ନିଆଁ ଲାଗିବା ପରେ ଦମକଳ ବାହିନୀ ପହଞ୍ଚି ଆୟତ୍ତ ପାଇଁ ଚେଷ୍ଟା କରୁଛି ।
ରୋଗୀଙ୍କୁ ଉଦ୍ଧାର କରିବା କାର୍ଯ୍ୟ ଜରୁରୀକାଳୀନ ଭିତ୍ତିରେ ଚାଲିଛି । ଅଗ୍ନିକାଣ୍ଡକୁ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଗୁରୁତର ସହ ନେଇଛନ୍ତି । ଉଦ୍ଧାର ରୋଗୀଙ୍କୁ ଚିକିତ୍ସା ସେବା ଯୋଗାଇ ଦେବାକୁ ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି ଯୋଗୀ । ଏଥିସହ ଅଗ୍ନିକାଣ୍ଡ ନେଇ ଜିଲ୍ଲା ପ୍ରଶାସନକୁ ଏକ ଉଚ୍ଚସ୍ତରୀୟ କମିଟି ଗଠନ କରି ତୁରନ୍ତ ରିପୋର୍ଟ ଦାଖଲ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ।
CM takes cognisance of fire incident at Cardiology Dept, LPS Institute Of Cardiology in Kanpur, directs all evacuated patients be provided immediate care. CM seeks report from District Admin & directs a high level team to visit the site & submit report immediately: CMO
— ANI UP/Uttarakhand (@ANINewsUP) March 28, 2021
ମେଡିକାଳ ଶିକ୍ଷାର ମୁଖ୍ୟ ଶାସନ ସଚିବ ଆଲୋକ କୁମାର ଓ ଅଗ୍ନିଶମ ଡିଜି ଏବଂ କାନପୁର ପୋଲିସ କମିଶନର ମିଳିତ ଭାବେ ତଦନ୍ତ କରି ଆଜି ସନ୍ଧ୍ୟା ସୁଦ୍ଧା ରିପୋର୍ଟ ଦାଖଲ କରିବାକୁ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି । ଅଗ୍ନିକାଣ୍ଡର କାରଣ ଜଣାପଡ଼ିନଥିବା ବେଳେ ପ୍ରଥମ ମହଲାରେ ଥିବା ଆଇସିୟୁରୁ ଧୂଆଁ ବାହାରୁଛି ।
Comments are closed.