Latest Odisha News

BREAKING NEWS

ଟାୟାର କବରରେ ନିଆଁ

କୁଏଟ: ସୁଲୟାବାୟା ସହରରେ ଥିବା ଏକ ଟାୟାର କବରରେ ଆଜି ନିଆଁ ଲାଗିଯାଇଛି । ଏହି ଡମ୍ପୟାର୍ଡରେ ୭୦ ଲକ୍ଷ ଟାୟାର ରଖା ଯାଇଥିଲା । ଧୂଧୂ ହୋଇ ଏଗୁଡିକ ଜଳିବା ପରେ ପରିବେଶ ସମ୍ପୂର୍ଣ୍ଣ ଭାବେ ପ୍ରଦୂଷିତ ହୋଇଯାଇଛି । ଏତେ ମାତ୍ରାରେ କଳା ଧୂଆଁ (କାର୍ବନ ମନୋଅକ୍ସାଇଡ ଓ ସଲଫର ଅକ୍ସାଇଡ) ଏଥିରୁ ନିର୍ଗତ ହେଉଛି ଯେ, ଏହାର ଚିତ୍ର ସାଟେଲାଇଟରୁ ମଧ୍ୟ ଜଣାପଡୁଛି । ଏହି ଗ୍ୟାସ କ୍ୟାନସର ପରି ମାରାତ୍ମକ ରୋଗକୁ ଡାକି ଆଣିବ ।

୨ବର୍ଷ ତଳେ ଏ ଭଳି ଏକ ଡମ୍ପୟାର୍ଡରେ ନିଆଁ ଲାଗିଥିଲା । ସେ ସମୟରେ ମାତ୍ର ୧୦ ଲକ୍ଷ ଟାୟାର ଥିଲା । ରିପୋର୍ଟ ମୁତାବକ କୁଏଟ ଟାୟାର ରିସାଇକେଲ ପାଇଁ ୩ଟି ଫ୍ୟାକ୍ଟ୍ରି ଲଗାଇଥିଲେ ମଧ୍ୟ ଏ ପର୍ଯ୍ୟନ୍ତ ବିଧିବଦ୍ଧ ଭାବେ ଏହାର କାର୍ଯ୍ୟ ଆରମ୍ଭ ହୋଇ ନାହିଁ ।

Leave A Reply

Your email address will not be published.