Latest Odisha News

BREAKING NEWS

କାନ୍ଦି କାନ୍ଦି ବାର୍ସିଲୋନା ଛାଡିଲେ ମେସି

ନୂଆଦିଲ୍ଲୀ: ବିଶ୍ୱର ଲୋକପ୍ରିୟ ଫୁଟବଲ ଖେଳାଳି ଲିଓନେଲ ମେସିଙ୍କ ଆଖିରେ ଲୁହ ଆଜି ତାଙ୍କ ପ୍ରଶଂସକଙ୍କୁ ବ୍ୟଥିତ କରିଛି । ଆର୍ଜେଂଟିନାର ଏହି ଷ୍ଟାର ଖେଳାଳି କାନ୍ଦି କାନ୍ଦି ତାଙ୍କ ପ୍ରିୟ କ୍ଲବ ବାର୍ସିଲୋନା ଛାଡିଛନ୍ତି । ୧୩ ବର୍ଷରୁ ଏହି କ୍ଲବ ସହିତ ସେ ଜଡିତ ଥିଲେ । ଏବେ ବାର୍ସିଲୋନା କ୍ଲବ ଆର୍ଥୀକ ଅନାଟନରେ ଗତି କରୁଛି । ମେସିଙ୍କ ସହ କ୍ଲବ ୨୦୧୭ରେ ୪୯୦୦ କୋଟିରେ ଚୁକ୍ତି କରିଥିଲା । ଏହାକୁ ବଜାୟ ରଖିବା କ୍ଲବ ପାଇଁ ସମ୍ଭବପର ନ ଥିଲା । ଶେଷର ନିଜ ପ୍ରିୟ ଖେଳାଳିଙ୍କ ସହ ଚୁକ୍ତି ରଦ୍ଦ କରିବା ପାଇଁ କ୍ଲବ ନିଷ୍ପତି ନେଇଛି । ମେସିଙ୍କ ମତରେ ସ୍ୟାଲେରୀ ୫୦ ପ୍ରତିଶତ କମ କରିବା ପାଇଁ ପ୍ରସ୍ତାବ ଦେଇଥିଲେ ମଧ୍ୟ ଏହା କାର୍ଯ୍ୟକାରୀ ହୋଇପାରି ନ ଥିଲା ।

ମେସି ଏବେ ଫ୍ରାନ୍ସର ସେଂଟ ଜର୍ମନ ପକ୍ଷରୁ ଖେଳିବେ । କ୍ଲବ ତାଙ୍କୁ ପ୍ରତି ମାସରେ ୩୦୫ କୋଟି ଟଙ୍କା ଦେବା ପାଇଁ ଚୁକ୍ତି କରିଛି । ମେସି ବାର୍ସିଲୋନା ପକ୍ଷରୁ ୨୧ ବର୍ଷରେ ୭୭୮ ମ୍ୟାଚ ଖେଳିବା ସହ ୬୭୨ ଗୋଲ ସ୍କୋର କରିଛନ୍ତି । ସେ ସ୍ପାନିଶ ଲିଗରେ ୫୨୦ ମ୍ୟାଚରେ ୪୭୪ ଗୋଲ କରି ରେକର୍ଡ କରିଛନ୍ତି ।

Leave A Reply

Your email address will not be published.