Latest Odisha News

BREAKING NEWS

ଭିଜିଲାନ୍ସ ଜାଲରେ ପ୍ୟାକ୍ସ ଆସିଷ୍ଟାଣ୍ଟ ସେକ୍ରେଟାରୀ

ବରଗଡ଼: ଭିଜିଲାନ୍ସ ଜାଲରେ ପ୍ୟାକ୍ସ ଆସିଷାଟଣ୍ଟ ସେକ୍ରେଟାରୀ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ବରଗଡ଼ ଜିଲ୍ଲା ଗାଇସିଲେଟ ବ୍ଲକ ପ୍ୟାକ୍ସ ଆସିଷ୍ଟାଣ୍ଟ ସେକ୍ରେଟାରୀଙ୍କ ଘରେ ଭିଜିଲାନ୍ସ ରେଡ୍ କରିଛି । ତାଙ୍କ ନାଁ ଘନଶ୍ୟାମ ସାହୁ । ଏକକାଳୀନ ଘର ଓ ଅଫିସରେ ଚଢ଼ାଉ କରିଛି ଭିଜିଲାନ୍ସ ଟିମ୍ ।

ବର୍ତ୍ତମାନ ସୁଦ୍ଧା ରେଡରେ ନଗଦ ୧ଲକ୍ଷ ୬୬ହଜାର ଟଙ୍କା ଓ ସୁନା ଗହଣା ଜବତ ହୋଇଛି । ସେହିପରି ତାଙ୍କର ୩ଟି ପ୍ଲଟ୍, ଗୋଟିଏ ସ୍କର୍ପିଓ ଗାଡ଼ି, ଦୁଇଟି ବାଇକ୍ ଆଦି ରହିଛି । ରେଡ୍ ସରିବା ପରେ ସ୍ପଷ୍ଟ ହେବ ପ୍ୟାକ୍ସ ଆସିଷ୍ଟାଣ୍ଟ ସେକ୍ରେଟାରୀ ଘନଶ୍ୟାମ ସାହୁଙ୍କର କେତେ ରହିଛି ଆୟ ବହିର୍ଭୂତ ସମ୍ପତ୍ତି ।

Leave A Reply

Your email address will not be published.