Latest Odisha News

BREAKING NEWS

ସୌରାପଲ୍ଲୀରେ ଅଗ୍ନିକାଣ୍ଡ: ଜଳିଗଲା ଗୋଟିଏ ପରିବାରର ୩ ବଖରା ଘର

ଗଞ୍ଜାମ:ଗଞ୍ଜାମ ଜିଲ୍ଲା ବେଗୁନିଆପଡା ବ୍ଲକ ଅନ୍ତର୍ଗତ ସୁମଣ୍ଡଳ ପଞ୍ଚାୟତର ସୌରାପଲ୍ଲୀ ଗ୍ରାମରେ ଘଟିଛି ଅଗ୍ନିକାଣ୍ଡ । ଗତକାଲି ରାତିରେ ଅଗ୍ନିକାଣ୍ଡ ଘଟି ଗୋଟିଏ ପରିବାରର ୩ ବଖରା ଘର ଜଳିଯାଇଥିବା ସୂଚନା ।ଘରେ କେହି ନଥିବା ବେଳେ ଏହି ଅଗ୍ନିକାଣ୍ଡ ଘଟିଥିବା ବେଳେ ଅଗ୍ନିକାଣ୍ଡର କାରଣ ଏପର୍ଯ୍ୟନ୍ତ ଜଣା ପଡିନାହିଁ | ଅଗ୍ନିକାଣ୍ଡରେ ଘରର ଆସବାପତ୍ର ଜଳି ପାଉଁଶ ହୋଇଯାଇଛି। ତେବେ ଖବର ପାଇ ସୁମଣ୍ଡଳ ସରପଞ୍ଚ ପ୍ରତିନିଧି ସନ୍ତୋଷ ସାହୁ ଘଟଣା ସ୍ଥଳରେ ପଂହଁଚି ଅଗ୍ନିଶମ ବାହିନୀକୁ ଖବର ଦେବାପରେ ଦମକଳ ଗାଡି ପଂହଁଚି ନିଆଁକୁ ଆୟତ୍ତ କରିଥିବ ସୂଚନା ।

Leave A Reply

Your email address will not be published.