Latest Odisha News

BREAKING NEWS

ତିନି ଦିନ ଭିତରେ ସରିବ ଶ୍ରୀମନ୍ଦିର ଗର୍ଭଗୃହ ମରାମତି କାମ

ଭୁବନେଶ୍ୱର: ଶ୍ରୀଜିଉ ମାନେ ୯ ଦିନିଆ ରଥଯାତ୍ରାରେ ଅଛନ୍ତି । ରତ୍ନବେଦୀ ଛାଡି ଜନ୍ମବେଦୀରେ ଚାଲିଛି ମହାପ୍ରଭୁଙ୍କ ଲୀଳାଖେଳା । ଏହାରିଭିତରେ ଶ୍ରୀମନ୍ଦିର ଭିତରେ ଚାଲିଛି ମରାମତି କାମ । ପୂର୍ତ୍ତ ବିଭାଗ ଓ ଏଏସଆଇର ମିଳିତ ଟିମ୍ ଶ୍ରୀମନ୍ଦିର ଗର୍ଭଗୃହର ଯାଂଚ ପରେ ମରାମତି କାମ କରୁଛନ୍ତି । ଜୁଲାଇ ୨ ତାରିଖ ସୁଦ୍ଧା ଗର୍ଭଗୃହର ସମସ୍ତ ମରାମତି କାମ ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଛି ।

ବରିଷ୍ଠ ପ୍ରତ୍ନତତ୍ତ୍ୱ ଅଧିକାରୀ ସୂଚନା ଦେଇଛନ୍ତି ଯେ, ଶ୍ରୀମନ୍ଦିର ଗର୍ଭଗୃହ ଭିତରେ ଚାଲିଥିବା ମରାମତି କାମ ଆସନ୍ତା ୩ ଦିନ ଭିତରେ ଶେଷ ହେବ। ବର୍ତ୍ତମାନ ଶ୍ରୀମନ୍ଦିର ଭିତରେ କୌଣସି ବିପଦ ନାହିଁ । ଏଏସଆଇର ବରିଷ୍ଠ ଅଧିକାରୀ ମନ୍ଦିର ଭିତରେ ସ୍ଥିତି ପରଖିଛନ୍ତି । ଯେଉଁଠି ଅଳ୍ପ ସମସ୍ୟା ଥିଲା ତାର ମରାମତି ଚାଲିଛି । ନଅଦିନର ରଥଯାତ୍ରା ସାରି ଶ୍ରୀଜିଉ ଶନିବାର ନିଳାଦ୍ରୀବିଜେ କରିବେ ।

Leave A Reply

Your email address will not be published.