Latest Odisha News

BREAKING NEWS

ଗଜିଆବାଦରେ ଆକାଶରୁ ଖସିଲା ଅଗ୍ନି ପିଣ୍ଡୁଳା, ତାପରେ କ’ଣ ହେଲା ଜାଣନ୍ତୁ…

ଗଜିଆବାଦ: ଗାଜିଆବାଦ୍ ରେଳ ଷ୍ଟେସନ ନିକଟରେ ଦେଖିବାକୁ ମିଳିଛି ଏକ ଅସ୍ୱାଭାବିକ ଘଟଣା । ବର୍ଷା ହେଉଥିବା ସମୟରେ ଶୂନ୍ୟରୁ ହଠାତ ଏକ ଅଗ୍ନି ପିଣ୍ଡୁଳା ଭଳି ଜିନିଷ ତଳକୁ ଖସିଛି । ଯାହାକି ଲୋକଙ୍କ ମନରେ ଆତଙ୍କ ଖେଳାଇ ଦେଇଛି । ପ୍ରାଥମିକ ପରୀକ୍ଷାରୁ ଜଣାପଡିଛି ଯେ, ଜଣାପଡ଼ିଛି ଯେ ଏହି ଅଗ୍ନିପିଣ୍ଡୁଳାରେ ସୋଡିୟମ ରହିଛି ।

ଅଗ୍ନିଶମ ବିଭାଗ କର୍ମଚାରୀ ଦେଇଥିବା ସୁଚନା ଅନୁସାରେ ପ୍ରବଳ ବର୍ଷା ହେଉଥିବା ଯୋଗୁଁ ଅନେକ ଲୋକ ଷ୍ଟେସନରେ ଆଶ୍ରୟ ନେଇଥିଲେ। ସେହି ସମୟରେ ଶୂନ୍ୟରୁ ଉଲ୍‌କା ଭଳି ଅଗ୍ନି ପିଣ୍ଡୁଳା ଖୁବ ଜୋରରେ ଶବ୍ଦ କରି ତଳକୁ ଖସି ଥିଲା । ଯାହାକି ଉପସ୍ଥିତ ଲୋକଙ୍କୁ ଆତଙ୍କିତ କରି ଦେଇଥିଲା । କିଛି ଲୋକ ତୁରନ୍ତ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ।

ଅଗ୍ନିଶମ ବିଭାଗ କର୍ମଚାରୀଙ୍କ କହିବା ଅନୁଯାୟୀ, ଏହି ଅଗ୍ନି ପିଣ୍ଡୁଳାରୁ ନିଆଁ ଲିଭାଇ ଦିଆଯିବା ପରେ ମଧ୍ୟ ତାହା କୁହୁଳୁ ଥିଲା ।

ଏଭଳି ଏକ ଅସ୍ୱାଭାବିକ ଘଟଣା ଘଟିବା ପରେ ଭୂବିଜ୍ଞାନୀ ଏସ୍‌. ସି. ଶର୍ମା ଏବଂ ବିଜ୍ଞାନ ସହାୟକ ବିବେକ ଘଟଣାସ୍ଥଳକୁ ଯାଇ ସେ ଜିନିଷଟିକୁ ପରୀକ୍ଷା କରିଥିବା ଜିଲ୍ଲା ମାଜିଷ୍ଟ୍ରେଟ୍‌ ଅଜୟଶଙ୍କର ପାଣ୍ଡେ କହିଛନ୍ତି ।

Leave A Reply

Your email address will not be published.