Latest Odisha News

BREAKING NEWS

ଆଜି କୋଣାର୍କ ସୂର୍ଯ୍ୟ ମନ୍ଦିରକୁ ମହିଳା ପର୍ଯ୍ୟଟଙ୍କ ପାଇଁ ପ୍ରବେଶ ନିଃଶୁଳ୍କ

ଭୁବନେଶ୍ୱର: ଆଜି ମହିଳା ଦିବସ ଅବସରରେ ଜାତୀୟତା ନିର୍ବିଶେଷରେ ସମସ୍ତ ମହିଳା ପର୍ଯ୍ୟଟକଙ୍କୁ କୋଣାର୍କ ସୂର୍ଯ୍ୟ ମନ୍ଦିରକୁ ପ୍ରବେଶ ନିଃଶୁଳ୍କ ରହିବ । ମହିଳା ଦିବସ ଅବସରରେ ଭାରତୀୟ ପ୍ରତ୍ନତତ୍ତ୍ୱ ବିଭାଗ ରବିବାର ଦିନ କେନ୍ଦ୍ର ଦ୍ୱାରା ସଂରକ୍ଷିତ ଟିକେଟ ଦ୍ୱାରା ପ୍ରବେଶ ହେଉଥିବା ସ୍ମାରକ ଗୁଡିକୁ ସାରା ଦେଶରେ ମହିଳାଙ୍କ ପାଇଁ ପ୍ରବେଶକୁ ନିଃଶୁଳ୍କ କରିଛି ।

ସେହି ସ୍ମାରକ ଗୁଡିକ ମଧ୍ୟରେ ଲାଲ କିଲ୍ଲା, କୁତବମିନାର, ହୁମାୟୁନଙ୍କ କବର, ତାଜମହଲ, କୋଣାର୍କ ସୂର୍ଯ୍ୟ ମନ୍ଦିର, ମମଲ୍ଲାପୁରମ, ଏଲୋରା ଗୁମ୍ଫା, ଖଜୁରାହୋ ସ୍ମାରକ ଓ ଅଜନ୍ତା ଗୁମ୍ଫା ସାମିଲ ରହିଛି ।

Leave A Reply

Your email address will not be published.