Latest Odisha News

BREAKING NEWS

କରୋନାଭାଇରସ୍‌ରେ ସଂକ୍ରମିତ ରହୁଥିବା ହୋଟେଲ୍‌ ଭୁଶୁଡ଼ି ୪ଜଣଙ୍କର ମୃତ୍ୟୁ

ସଙ୍ଘାଇ: କରୋନା ଭାଇରସ ସଂକ୍ରମିତ ରହୁଥିବା ଚୀନର ଏକ ହୋଟେଲ ଭୁଷୁଡି ପଡିବା ଫଳରେ ୪ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଅନେକ ଆହତ ହୋଇଛନ୍ତି । କ୍ୱାନ୍‌ଝୌ ସହରରେ ଶନିବାର ସନ୍ଧ୍ୟାରେ ଭୁଶୁଡ଼ି ପଡ଼ିଥିବା ହୋଟେଲ୍‌ରେ ୪ଜଣ ଲୋକଙ୍କର ମୃତ୍ୟୁ ଘଟିଥିବା କଥା ରବିବାର ଦିନ ଜରୁରୀ ପରିସ୍ଥିତି ପରିଚାଳନା ମନ୍ତ୍ରାଳୟ କହିଛି। ଏହି ହୋଟେଲ୍‌ରେ କରୋନାଭାଇରସ୍‌ରେ ସଂକ୍ରମିତଙ୍କୁ ରଖାଯାଇଥିଲା। ସେଠାରେ ରଖାଯାଇଥିବା ସମୁଦାୟ ଲୋକମାନଙ୍କ ମଧ୍ୟରୁ ୪ ଜଣଙ୍କର ମୃତ୍ୟୁ ଘଟିଛି ।

ଫୁଜିଆନ୍ ପ୍ରଦେଶରେ ୮୦ଟି କକ୍ଷ ଥିବା ଏହି ହୋଟେଲ୍‌ଟି ଭୁଶୁଡ଼ି ପଡ଼ିଥିଲା। ଏହା ତଳେ ପ୍ରାୟ ୭୦ ଜଣ ଲୋକ ପୋତି ହୋଇ ପଡ଼ିଥିଲେ । କରୋନାଭାଇରସ୍ ସଂକ୍ରମଣକୁ ପ୍ରତିରୋଧ ଓ ନିୟନ୍ତ୍ରଣ କରାଯିବା ଅଭିଯାନ ଚାଲିଥିବା ସମୟରେ ଏହି ଲୋକମାନେ ଫୁଜିଆନ୍ ପ୍ରଦେଶକୁ ଆସିଥିଲେ। ସେମାନେ ସଂକ୍ରମିତଙ୍କ ସଂସ୍ପର୍ଶରେ ଆସିଥିବା କଥା ଚୀନ୍ ସରକାରୀ କର୍ତ୍ତୃପକ୍ଷ ଜାଣିବାକୁ ପାଇଥିଲେ।

Leave A Reply

Your email address will not be published.