Latest Odisha News

BREAKING NEWS

ବାଣ ବିସ୍ଫୋରଣରେ ଜଳିଗଲା ସରକାରୀ କ୍ୱାର୍ଟର

ଭୁବନେଶ୍ୱର: ଗୁରୁବାର ସକାଳେ ଭୁବନେଶ୍ୱରର ୟୁନିଟ୍-୨ରେ ଥିବା ଏକ ସରକାରୀ କ୍ୱାର୍ଟରରେ ବାଣ ବିସ୍ଫୋରଣ ହୋଇଛି । ଘରେ ଗଚ୍ଛିତ ଥିବା ବାଣ ବିସ୍ଫୋରଣ ଫଳରେ କ୍ୱାର୍ଟରରେ ନିଆଁ ଲାଗି ରୁମ୍ ସମ୍ପୂର୍ଣ୍ଣ ଜଳି ଯାଇଛି ।

ସୂଚନା ଅନୁସାରେ, ଉକ୍ତ ସରକାରୀ କ୍ୱାର୍ଟରରେ ବେଆଇନ୍ ଭାବେ ବାଣ ତିଆରି କରା ଯାଉଥିଲା । ଲୋକସେବା ଭବନରେ କାର୍ଯ୍ୟରତ କର୍ମଚାରୀ ନିରଞ୍ଜନ ଲେଙ୍କାଙ୍କୁ ଏହି କ୍ୱାର୍ଟରଟି ଦିଆ ଯାଇଥିଲା ।

ତେବେ ନିରଞ୍ଜନ ଏହି ସରକାରୀ କ୍ୱାର୍ଟରରେ ରହୁଥିଲେ ନା କାହାରିକୁ ଭଡ଼ା ଦେଇଥିଲେ ତାହା ଜଣା ପଡ଼ିନାହିଁ । ତେବେ ନିଆଁ ଲାଗିବା ଫଳରେ କାହାର କିଛି କ୍ଷତି ହୋଇ ନାହିଁ । ଖବର ପାଇଁ ଅଗ୍ନିଶମ ବାହିନୀ ନିଆଁକୁ ଆୟତ୍ତ କରିଛି ।

Leave A Reply

Your email address will not be published.