Latest Odisha News

BREAKING NEWS

ପତଳାପଣକୁ ନେଇ ଚିନ୍ତିତ କି ? ପ୍ରତିଦିନ ଖାଇବାରେ ସାମିଲ କରନ୍ତୁ ଏହିସବୁ ସାମଗ୍ରୀ, ମାସକରେ ମିଳିବ ରେଜଲ୍ଟ

ଭୁବନେଶ୍ୱର: ଯେମିତି ମୋଟାପଣ ଲୋକଙ୍କ ପାଇଁ ଚିନ୍ତାର କାରଣ ପାଲଟି ଯାଏ ସେମିତି ପତଳା ଲୋକେ ବି ନିଜ ଶରୀରକୁ ନେଇ ଖୁବ୍ ଚିନ୍ତିତ ଥାନ୍ତି। ପତଳା ଲୋକେ ଫିଟ୍ ଦେଖା ଯାଉନଥିବାରୁ ବିଭିନ୍ନ ପାର୍ଟି ଫଙ୍ଗସନରେ ନିଜକୁ ଅସ୍ୱାଭାବିକ ମନେ କରିବା ସହ ଏଭଳି କାର୍ଯ୍ୟକ୍ରମଗୁଡିକୁ ଯିବା ଓ କିମ୍ବା ଫଟୋ ଉଠାଇବାକୁ ରାଜି ହୋଇ ନଥାନ୍ତି। ଏଥିପାଇଁ ପତଳା ଲୋକମାନେ ଏଣୁତେଣୁ ଔଷଧ କିମ୍ବା ପ୍ରୋଟିନ ପାଉଡର ଖାଇ ସ୍ୱାସ୍ଥ୍ୟ ବଢ଼ାଇବାକୁ ଚେଷ୍ଟା କରିଥାନ୍ତି। ଯାହା ପରେ ସ୍ୱାସ୍ଥ୍ୟ ପକ୍ଷେ ହାନିକାରକ ହୋଇଥାଏ।

ଆମେ ସମସ୍ତେ ଜାଣନ୍ତି ଯେ ସୁସ୍ଥ ଖାଦ୍ୟ ହିଁ ସୁନ୍ଦର ସ୍ୱାସ୍ଥ୍ୟର କାରଣ। ଆପଣ ଯଦି ସୁସ୍ଥ ଓ ପୁଷ୍ଟିସାର ଜାତ ଖାଦ୍ୟ ଖାଇବେ ତେବେ ପତଳାପଣ ସମସ୍ୟାକୁ ଦୂରେଇ ଦେଇପାରିବେ। ତେଣୁ ପତଳାପଣ ସମସ୍ୟାରୁ ରକ୍ଷା ପାଇବାକୁ ହେଲେ ଖାଦ୍ୟରେ ଏହିସବୁ ପରିବର୍ତ୍ତନ ନିହାତି ଆବଶ୍ୟକ।

m.economictimes.com/thumb/msid-92523557,width-1200...

ସ୍ୱାସ୍ଥ୍ୟବାନ କରାଏ ଅଣ୍ଡା

ହିନ୍ଦୀରେ ଗୋଟେ କଥା ଅଛି ସଣ୍ଡେ ହୋ ୟା ମଣ୍ଡେ ରୋଜ୍ ଖାଓ ଅଣ୍ଡେ। ଅର୍ଥାତ ରବିବାର ହେଉ କିମ୍ବା ସୋମାବର ଆପଣ ଚାହିଁଲେ ଆଣ୍ଡା ଖାଇପାରିବେ। ଅଣ୍ଡାରେ ଅନେକ ପ୍ରୋଟିନ୍ ଓ କ୍ୟାଲୋରୀ ଥିବାରୁ ଏହା ଦୁର୍ବଳ ଶରୀରକୁ ସ୍ୱାସ୍ଥ୍ୟବାନ କରାଇଥାଏ। ତେଣୁ ପ୍ରତିଦିନ ଗୋଟିଏ କିମ୍ବା ଦୁଇଟି ସିଝା ଅଣ୍ଡା ଖାଇବା ନିହାତି ଦରକାର।

କ୍ଷୀର ସହ କଦଳୀ

କଦଳୀରେ କ୍ୟାଲୋରୀ ଓ ପ୍ରୋଟିନ ରହିଥିବାରୁ ଏହା ଶରୀରକୁ ସ୍ୱାସ୍ଥ୍ୟବାନ କରାଇବାରେ ସହଯୋଗ କରେ। କ୍ଷୀର ସହ କଦଳୀ ସେବନ କରିବା ଦ୍ୱାରା ଶରୀରକୁ ପ୍ରୋଟିନ୍ ସହ କ୍ୟାଲୋରୀ ମିଳିଥାଏ। ଫଳରେ ପତଳା ବ୍ୟକ୍ତି ଖୁବ୍‌ଶୀଘ୍ର ସ୍ୱାସ୍ଥ୍ୟବାନ ହେବାର ସମ୍ଭାବନା ରହିଛି। କଦଳୀକୁ କ୍ଷୀର ସହ ମିଶାଇ ଜୁସ୍ କରି ପିଇଲେ ଭଲ।

Bananas with Milk: A Great Combination or Bad Idea?

ଦୈନିକ କ୍ଷୀର ପିଇବା ଉଚିତ

ପତଳା ଲୋକ ଦୈନିକ କ୍ଷୀର ପିଇବା ଦରକାର। କାରଣ କ୍ଷୀରରେ ଥିବା ପୋଷକ ତତ୍ତ୍ୱ ଶରୀର କୋଷକୁ ମଜଭୁତ କରିବା ସହ ବଳ ଦେଇଥାଏ। ତା ସହ ଶରୀରର ଆବଶ୍ୟକୀୟ ପ୍ରୋଟିନ କ୍ଷୀର ପୂରା କରିଥାଏ। ତେଣୁ ପତଳା ବ୍ୟକ୍ତି ଦୈନିକ କ୍ଷୀର ପିଇଲେ ଭଲ। ସେହିପରି ବାଦାମ ସହ କ୍ଷୀର ପିଇଲେ ଏହା ଆହୁରି ଲାଭଦାୟୀ ହୋଇଥାଏ। ଏଥିପାଇଁ ରାତିରେ ୫-୬ ବାଦାମ ପାଣିରେ ବତୁରେଇ ରଖି ଦିଅନ୍ତୁ। ସକାଳୁ ବାଦାମରୁ ଚୋପା ଛଡ଼ାଇ ଏହାକୁ ବାଟି କ୍ଷୀରରେ ମିଶାଇ ପିଅନ୍ତୁ। କିଛିଦିନ ମଧ୍ୟରେ ପତଳା ଲୋକେ ଧୀରେ ଧୀରେ ମୋଟା ହେବାକୁ ଲାଗିବେ।

How to Make Homemade Peanut Butter | Homemade Peanut Butter Recipe | Alton  Brown | Food Network

ପୀନଟ ବଟର

ଚିନାବାଦାମର ପେଷ୍ଟରୁ ପିନଟ ବଟର ତିଆରି ହୋଇଥାଏ। ଏଥିରେ ହାଇଫେଟ୍(ଉଚ୍ଚ ମେଦବୃଦ୍ଧି) ଲକ୍ଷଣ ଥିବାରୁ ଏହା ଖୁବ୍‌ଶୀଘ୍ର ପତଳା ଲୋକଙ୍କୁ ମୋଟା କରିଥାଏ। ଯଦି ପତଳା ବ୍ୟକ୍ତି ପ୍ରତିଦିନ ବ୍ରେଡ୍ ସାଙ୍ଗରେ ପିନଟ ବଟର ଲଗାଇ ଖାଇବେ ତେବେ ଶୀଘ୍ର ଏହାର ଫାଇଦା ଶରୀରକୁ ମିଳିବ।

Leave A Reply

Your email address will not be published.