Latest Odisha News

BREAKING NEWS

ପୂର୍ବତନ ସରପଞ୍ଚଙ୍କୁ ଗୁଳି କରି ହତ୍ୟା କଲେ ମାଓବାଦୀ

ଫୁଲବାଣୀ: ଘରୁ ଡାକି ନେଇ ପୂର୍ବତନ ସରପଞ୍ଚଙ୍କୁ ହତ୍ୟା । ଗୁଳି କରି ହତ୍ୟା କଲେ ମାଓବାଦୀ । କିଛିଦିନର ବ୍ୟବଧ୍ୟାନ ପରେ ପୁଣି ଥରେ କନ୍ଧମାଳ ଜିଲ୍ଲାରେ ମାଓବାଦୀ ସକ୍ରିୟ ହେବା ସହ ହିଂସା ଘଟାଇଛନ୍ତି । ବିଳମ୍ବିତ ରାତିରେ ସଶସ୍ତ୍ର ମାଓବାଦୀ ଘରୁ ଡାକି ନେଇ ବାରି ପଟେ ପୂର୍ବତନ ସରପଞ୍ଚଙ୍କୁ ଗୁଳି କରି ମାରି ଦେଇଛନ୍ତି ।

ଏ ଘଟଣା ଘଟିଛି କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ଥାନା ସୁମରବନ୍ଧ ପଞ୍ଚାୟତ ସାଉଲପଡ଼ା ଗାଁରେ । ପୂର୍ବତନ ସରପଞ୍ଚ ସୁବଳ କହଁର ଶୋଇଥିବା ବେଳେ ବିଳମ୍ବିତ ରାତିରେ ସଶସ୍ତ୍ର ମାଓବାଦୀ ଆସି ଡାକି ନେଇଥିଲେ । ଘର ଠାରୁ ୨୦୦ ମିଟର ଦୂର ଡାକି ନେବା ପରେ ସେଠାରେ ଗୁଳି କରି ହତ୍ୟା କରିଥିବା ଅଭିଯୋଗ ହୋଇଛି ।

ତେବେ ମାଓବାଦୀ ସୁବଳଙ୍କୁ କାହିଁକି ଗୁଳି କଲେ ତାହା ଜଣାପଡି଼ନି । ସୁବଳଙ୍କୁ ମାଓବାଦୀ ହତ୍ୟା କରିବା ପରେ ଗାଁ ଜନଶୂନ୍ୟ ହୋଇ ଯାଇଛି । ମାଓବାଦୀଙ୍କ ଭୟରେ ସୁବଳ ବାଲିଗୁଡ଼ାରେ ରହୁଥିଲେ । ନିକଟରେ ସିଆରପିଏଫ୍ କ୍ୟାମ୍ପ ପ୍ରତିଷ୍ଠା ପରେ ଘରକୁ ଫେରିଥିଲେ ସୁବଳ ।

Leave A Reply

Your email address will not be published.