Latest Odisha News

ଆଜିଠୁ ନବରାତ୍ର, ଶକ୍ତିପୀଠ ଚଳଚଞ୍ଚଳ

ଭୁବନେଶ୍ୱର: ଆଜିଠୁ ଆରମ୍ଭ ହେଉଛି ଶାରଦୀୟ ନବରାତ୍ର ପୂଜା । ଆଶ୍ୱିନ ମାସ ଶୁକ୍ଳ ପକ୍ଷର ପ୍ରତିପଦାରୁ ବିଜୟା ଦଶମୀ ପର୍ୟ୍ୟନ୍ତ ୯ଦିନ ଧରି ଚାଲିବ । ଶରତ ଋତୁର ଆଶ୍ୱିନ ମାସରେ ଏହି ପର୍ବ ପାଳନ ହେଉଥିବାରୁ ଏହାକୁ କୁହାଯାଏ ନବରାତ୍ରି । ପ୍ରଥମ ଦିନରେ ସମ୍ପୂର୍ଣ୍ଣ ରୀତିନୀତିରେ କଳସ ସ୍ଥାପନା କରାଯିବ।

କଳସ ସ୍ଥାପନା ପରେ ଆରମ୍ଭ ହେବ ନବରାତ୍ରର ବ୍ରତ । ୯ ଦିନରେ ମା’ଙ୍କର ୯ଟି ସ୍ୱରୂପର ପୂଜାର୍ଚ୍ଚନା କରାଯିବ । ଏଥିପାଇଁ ଶକ୍ତିପୀଠ ଚଳଚଞ୍ଚଳ । ମାଆଙ୍କ ଆବାହନ ପାଇଁ ବ୍ୟାପକ ପ୍ରସ୍ତୁତି କରାଯାଇଛି । କରୋନା କଟକଣା ଭିତରେ ଶକ୍ତିପୀଠରେ ହେବ ମହାନବରାତ୍ରି ।

ଏହି ଅବସରରେ ଦେଶର ବିଭିନ୍ନ ଶକ୍ତିପୀଠରେ ସକାଳୁ ସକାଳୁ ଶ୍ରଦ୍ଧାଳୁ ମହାମାୟାଙ୍କ ପୂଜାର୍ଚ୍ଚନା କରିବା ସହ ଆଶୀର୍ବାଦ ଭିକ୍ଷା କରିଛନ୍ତି । ଜମ୍ମୁ କାଶ୍ମୀରର ବୈଷ୍ଣୋ ଦେବୀ ମନ୍ଦିର ସମେତ ଦେଶର ଅନ୍ୟ ସମସ୍ତ ଶକ୍ତିପୀଠରେ ମାଆଙ୍କ ନବରାତ୍ର ପୂଜା କରାଯାଉଛି ।

ରାଜ୍ୟରେ ଥିବା ବିଭିନ୍ନ ଶକ୍ତିପୀଠରେ ଚାଲିବ ଶକ୍ତିମୟୀଙ୍କ ନବରାତ୍ର ପୂଜା । ତେବେ ଓଡ଼ିଶାରେ କରୋନା ଯୋଗୁ ଭକ୍ତଙ୍କ ପାଇଁ ବନ୍ଦ ରହିଛି ମନ୍ଦିର । କେବଳ ମନ୍ଦିର ଭିତରେ ରୀତିନୀତି ଅନୁସାରେ ମାଆଙ୍କର ପୂଜାର୍ଚ୍ଚନା କରାଯିବ ।

Leave A Reply

Your email address will not be published.