Latest Odisha News

ରାଷ୍ଟ୍ରକୁ ସୁରକ୍ଷା ଦେଉଥିବା ଲୋକଙ୍କ ପାଇଁ ପ୍ରଧାନମନ୍ତ୍ରୀଙ୍କ ପ୍ରଥମ ନିଷ୍ପତ୍ତି

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ୱଗ୍ରହଣ କରିବା ପରେ ପ୍ରଥମ ନିଷ୍ପତି ସ୍ୱରୂପ ଶ୍ରୀ ନରେନ୍ଦ୍ର ମୋଦୀ ଜାତୀୟ ପ୍ରତିରକ୍ଷା ପାଣ୍ଠି ଅଧୀନ ପ୍ରଧାନମନ୍ତ୍ରୀ ବୃତି ଯୋଜନାରେ ବୃହତ ପରିବର୍ତନକୁ ମଞ୍ଜୁର କରିଛନ୍ତି ।

ପ୍ରଧାନମନ୍ତ୍ରୀ ନିମ୍ନୋକ୍ତ ପରିବର୍ତନକୁ ମଞ୍ଜୁରି ଦେଇଛନ୍ତି :
୧. ବୃତିର ପରିମାଣ ଛାତ୍ରଙ୍କ ପାଇଁ ମାସିକ ୨ହଜାର ଟଙ୍କାରୁ ୨୫୦୦ ଟଙ୍କାକୁ ବୃଦ୍ଧି କରାଯାଇଥିବା ବେଳେ ଛାତ୍ରୀଙ୍କ ପାଇଁ ମାସିକ ୨୨୫୦ରୁ ୩୦୦୦ ଟଙ୍କାକୁ ବୃଦ୍ଧି କରିଛନ୍ତି ।

୨. ଏହି ବୃତିର ପରିଧିକୁ ବୃଦ୍ଧି କରାଯାଇ ନକ୍ସଲ ପ୍ରଭାବିତ ରାଜ୍ୟଗୁଡ଼ିକର ପୋଲିସ କର୍ମଚାରୀଙ୍କୁ ସାମିଲ କରାଯାଇଛି । ନକ୍ସଲ ଆକ୍ରମଣରେ ପ୍ରାଣ ହରାଇଥିବା ପୋଲିସ ଅଧିକାରୀ ଓ କର୍ମଚାରୀଙ୍କ ପିଲାମାନେ ଏହି ବୃତି ପାଇପାରିବେ । ବର୍ଷକୁ ୫୦୦ ଜଣ ପୋଲିସ କର୍ମଚାରୀଙ୍କ ପିଲାମାନେ ନୂଆ ବୃତି ପାଇପାରିବେ । ଏହି ଯୋଜନା ପାଇଁ ସ୍ୱରାଷ୍ଟ୍ର ବ୍ୟାପାର ମନ୍ତ୍ରଣାଳୟ ନୋଡାଲ ଏଜେନ୍ସି ଭାବେ କାର୍ଯ୍ୟ କରିବ ।
ସୂଚନାଯୋଗ୍ୟ ଯେ ଜାତୀୟ ପ୍ରତିରକ୍ଷା ପାଣ୍ଠି ୧୯୬୨ରେ ପ୍ରତିଷ୍ଠା ହୋଇଥିଲା । ଜାତୀୟ ପ୍ରତିରକ୍ଷା ପ୍ରୟାସରେ ସହଯୋଗ ନିମନ୍ତେ ଅର୍ଥ ଏବଂ ସାମଗ୍ରୀ ପ୍ରଦାନ କରିବାକୁ  ପ୍ରୋତ୍ସାହନ ଦେବା ନିମନ୍ତେ ପାଣ୍ଠିର ଉପଯୋଗ କରାଯାଉଥିଲା । ବର୍ତମାନ ଏହି ପାଣ୍ଠି ସେନାବାହିନୀ, ଅର୍ଦ୍ଧସାମରିକ ବାହିନୀ ଏବଂ ରେଳ ସୁରକ୍ଷା ବାହିନୀ ଓ ସେମାନଙ୍କ ଆତ୍ମୀୟଙ୍କ କଲ୍ୟାଣ ନିମନ୍ତେ ଉପଯୋଗ ହେଉଛି । ଏହି ପାଣ୍ଠି ଏକ ପରିଚାଳନା ସମିତି
ଦ୍ୱାରା କାର୍ଯ୍ୟକାରୀ ହେଉଛି । ଯାହାର ଅଧ୍ୟକ୍ଷ ହେଉଛନ୍ତି ପ୍ରଧାନମନ୍ତ୍ରୀ ଏବଂ ସଦସ୍ୟ ହେଉଛନ୍ତି ପ୍ରତିରକ୍ଷା ମନ୍ତ୍ରୀ, ସ୍ୱରାଷ୍ଟ୍ର ମନ୍ତ୍ରୀ ଏବଂ ଅର୍ଥ ମନ୍ତ୍ରୀ ।
ଜାତୀୟ ପ୍ରତିରକ୍ଷା ପାଣ୍ଠି ଅଧୀନରେ ପ୍ରଧାନମନ୍ତ୍ରୀ ବୃତି ଯୋଜନା କାର୍ଯ୍ୟକାରୀ ହୋଇଥାଏ । ଏହି ଯୋଜନାରେ ସହିଦ/ସେବାନିବୃତ ସେନାବାହିନୀ, ଅର୍ଦ୍ଧସାମରିକ ବାହିନୀ, ରେଳ ସୁରକ୍ଷା ବାହିନୀର ସହିଦ କର୍ମଚାରୀମାନଙ୍କ ବିଧବା ପତ୍ନୀ ଓ ପିଲାମାନଙ୍କ ବୈଷୟିକ କିମ୍ବା ସ୍ନାତୋକୋତର ଶିକ୍ଷା ନିମନ୍ତେ ପ୍ରୋତ୍ସାହନ ରାଶି ଯୋଗାଇ ଦିଆଯାଇଥାଏ । ଡାକ୍ତରୀ, ଦନ୍ତ ଚିକିତ୍ସା ବିଜ୍ଞାନ, ପଶୁଚିକିତ୍ସା ବିଜ୍ଞାନ, ଇଞ୍ଜିନିୟରିଂ,
ଏମବିଏ, ଏମସିଏ ଭଳି ମାନ୍ୟତାପ୍ରାପ୍ତ ପାଠ୍ୟକ୍ରମ ନିମନ୍ତେ ବୃତି ଯୋଗାଇ ଦିଆଯାଇଥାଏ । ପ୍ରଧାନମନ୍ତ୍ରୀ ବୃତି ଯୋଜନାରେ ପ୍ରତିବର୍ଷ ପ୍ରତିରକ୍ଷା ମନ୍ତ୍ରଣାଳୟ ଅଧୀନ ସେନାବାହିନୀର ୫୫୦୦ ପିଲାମାନଙ୍କୁ ବୃତି ଯୋଗାଇ ଦିଆଯାଇଥାଏ । ସେହିପରି ସ୍ୱରାଷ୍ଟ୍ର ବ୍ୟାପାର
ମନ୍ତ୍ରଣାଳୟ ଅଧୀନ ଅର୍ଦ୍ଧସାମରିକ ବାହିନୀର ୨ହାଜାର ପିଲାମାନଙ୍କୁ ଏବଂ ରେଳ ମନ୍ତ୍ରଣାଳୟ ଅଧୀନ ରେଳ ସୁରକ୍ଷା ବାହିନୀର ୧୫୦ ପିଲାମାନଙ୍କୁ ଏହି ବୃତି ଯୋଗାଇ ଦିଆଯାଇଥାଏ ।

ଅନଲାଇନ ଜରିଆରେ ଦ୍ଭୟଲ.ଶକ୍ଟଙ୍ଖ.ସଦ୍ଭ. ଜାତୀୟ ପ୍ରତିରକ୍ଷା ପାଣ୍ଠିରେ ଯୋଗଦାନ
ଗ୍ରହଣ କରାଯାଇଥାଏ । ପ୍ରଧାନମନ୍ତ୍ରୀ ଦେଶ ପ୍ରତି ଆମ ପୋଲିସ ବାହିନୀର ଯୋଗଦାନକୁ ବିଭିନ୍ନ ସମୟରେ ପ୍ରଶଂସା କରିଆସିଛନ୍ତି । ଖରା, ବର୍ଷା ହେଉ କି ଶୀତ ଆମର ପୋଲିସ କର୍ମଚାରୀମାନେ ନିଷ୍ଠାର ସହ କଠିନ ପରିଶ୍ରମ କରୁଛନ୍ତି । ଏପରିକ ବଡ଼ ପର୍ବପର୍ବାଣୀକୁ ସମଗ୍ର ରାଷ୍ଟ୍ର
ପାଳନ କରୁଥିବା ପୋଲିସ କର୍ମଚାରୀମାନେ କର୍ତବ୍ୟରତ ଥାଆନ୍ତି । ପୋଲିସ କର୍ମଚାରୀ ଏବଂ ସେମାନଙ୍କ ପରିବାର କଲ୍ୟାଣ ପାଇଁ କାର୍ଯ୍ୟ କରିବା କେବଳ ଆମର ଦାୟିତ୍ୱ ନୁହେଁ ବରଂ ସେମାନଙ୍କ ପ୍ରତି ଆମର କୃତଜ୍ଞତା ବ୍ୟକ୍ତ କରିବାର ଅବସର । ଏହି ଭାବନାକୁ ଆଖିଆଗରେ ରଖି ପ୍ରଧାନମନ୍ତ୍ରୀ ଉପରୋକ୍ତ ନିଷ୍ପତି ନେଇଛନ୍ତି । ବୃତି ଉପଲବ୍ଧ ହେବା ପରେ ପୋଲିସ ପରିବାରର ପିଲାମାନେ ବିଦ୍ୟାର୍ଜନ ଏବଂ ବିଭିନ୍ନ କ୍ଷେତ୍ରରେ ଉକ୍ରର୍ଷ ହାସଲ କରିବାର ସୁଯୋଗ ପାଇପାରିବେ ।

ଏହା ବହୁ ଯୁବ ମସ୍ତିଷ୍କରେ ଏକ ସଶକ୍ତ ପ୍ରଭାବ ପକାଇବ । ଏଠାରେ ସୂଚନାଯୋଗ୍ୟ ଯେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀଙ୍କ ପ୍ରଥମ କାର୍ଯ୍ୟକାଳ ସମୟରେ ହିଁ ଜାତୀୟ ପୋଲିସ ସ୍ମାରକୀ ନିର୍ମାଣ କରାଯାଇଥିଲା ଏବଂ ରାଷ୍ଟ୍ରକୁ ସମର୍ପିତ
କରାଯାଇଥିଲା । ଏହି ସ୍ମାରକୀ ଆମ ପୋଲିସ ବାହିନୀର ସାହସ ଏବଂ ବଳିଦାନର ପ୍ରତୀକ ଏବଂ ଏହା କୋଟି କୋଟି ଭାରତୀୟଙ୍କୁ ପ୍ରେରଣା ଯୋଗାଇ ଚାଲିବ ।

Leave A Reply

Your email address will not be published.