Latest Odisha News

BREAKING NEWS

ଜାଣନ୍ତୁ, କେମିତି କଟିବ ଆଜି ଦିନ…

ଆଜିର ରାଶି ଫଳ

ତା ୦୧-୦୬-୨୦୧୯ ଶନିବାର

ଜ୍ୟୋତିର୍ବିଦ୍ ଡଃ ନିରଞ୍ଜନ ମହାପାତ୍ର

[ମୋବାଇଲ ନମ୍ବର: ୯୪୩୭୨୨୫୪୩୪]

ଆଜି ଦିନର ମହତ୍ତ୍ୱ.
ଆଜି ହେଉଛି ୨୦୧୯ ମସିହା ଜୁନ ତା ୧ ରିଖ ଶନିବାର ବୃଷ ୧୮ଦିନ ଜ୍ୟେଷ୍ଠ ମାସ କୃଷ୍ଣ ପକ୍ଷ ତ୍ରୟୋଦଶୀ ତିଥି ଦ୍ବିଜା ନକ୍ଷତ୍ର ମେଷ ଚନ୍ଦ୍ର
ବୃଷ ସିଂହ କନ୍ୟା ରାଶିର ଘାତ ବାର
ମେଷ ରାଶିର ଘାତ ଚନ୍ଦ୍ର
ଆଜି: ବାଇଗଣ ଖାଇବା ନିଷେଧ

ମେଷ
ଆଜି ପ୍ରତ୍ୟେକଟି କାର‌୍ୟ୍ୟରେ ସଫଳତା ମିଳିବ।ବନ୍ଧୁଙ୍କ ସାହାଯ୍ୟ ସହଯୋଗ ପାଇ ସ୍ଥଗିତ କାମକୁ ତ୍ୱରାନ୍ବିତ କରି ଶେଷ ପର‌୍ୟ୍ୟାୟରେ ପହଞ୍ଚାଇବେ । ସଭାସମିତି, ରାଜନୀତି, କଳା, ସାହିତ୍ୟ, କ୍ଷେତ୍ରରେ ସୁଫଳତା ମିଳିବ ।
ପ୍ରତିକାର:-ରାଶିତେଲର ଦୀପ ହନୁମାନଙ୍କ
ପାଖରେ ଜାଳନ୍ତୁ

ବୃଷ
ଆଜି ଆପଣଙ୍କର ମନୋବଳ ବୃଦ୍ଧି ପାଇବ। ମଧ୍ୟାହ୍ନରେ ଟେନସନ୍‌ ଦୂର ହେବ କଳା, ସାହିତ୍ୟ,ସଙ୍ଗୀତ କ୍ଷେତ୍ରରୁ ସୁଫଳ ମିଳିବ । କର୍ମକ୍ଷେତ୍ରରେ ସମସ୍ୟା ଦେଖା ଦେଇପାରେ
ପ୍ରତିକାର:- ଓଁ ବୃ୍ଂ ବୃହସ୍ପତୟେ ତମଃ ୨୭ଥର ଜପ କରନ୍ତୁ
ମିଥୁନ
ଆଜି ପରିବାରରେ ଅତୀତ ଘଟଣାକୁ କେନ୍ଦ୍ରକରି ମନାନ୍ତର ମତାନ୍ତର ଦେଖାଦେବ ସଭାସମିତିରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ନେବାକୁ ପଡିପାରେ ।
ପ୍ରତିକାର:-ଏକବିଡା ଶାଗ ଗାଈକୁ ଖାଇ ବାକୁ ଦିଅନ୍ତୁ
କର୍କଟ
ଆଜି ଯଗିରଖି ଚଳନ୍ତୁ କେହି ଜଣେ ବ୍ୟକ୍ତି
ଅସୁବିଧାରେ ପକାଇଦେଇପାରେ । ଯେଉଁ କାର‌୍ୟ୍ୟ ପାଇଁ ଚିନ୍ତା କରୁଥିଲେ ଆଜି ତାହା ଟିକିଏ ବିଳମ୍ବରେ ହୋଇଯିବ। ପ୍ରତୀକ୍ଷିତ ଖବରଟି ଆଜି ଅପରାହ୍ନେ ପାଇ ଆନନ୍ଦିତ ହେବେ
ପ୍ରତିକାର:-ଧଳାରଙ୍ଗର ରୁମାଲଟିଏ ପାଖରେ
ରଖନ୍ତୁ
ସିଂହ
ମାନସିକ ଶାନ୍ତି ବ୍ୟାହତ ହେବ । ସ୍ବାସ୍ଥ୍ୟ ଗତ ସମସ୍ୟାକୁ ନେଇ ଚିନ୍ତିତ ହେବେ।
ଆକସ୍ମିକ ଦୂରଯାତ୍ରା କରିପାରନ୍ତି।
ପ୍ରତିକାର:-କିଛି କଳା ସୋରିଷ ପାରାମାନଙ୍କୁ
ଖାଇବାକୁ ଦିଅନ୍ତୁ
କନ୍ୟା
ବନ୍ଧୁଙ୍କ ଉପରେ ବୃଥା ସନ୍ଦେହ କରନ୍ତୁ ନାହିଁ, ବରଂ ବିଶ୍ୱାସ କରି ଉପକୃତ ହେବ । କର୍ମକ୍ଷେତ୍ରରେ ସାହାଯ୍ୟ ସହଯୋଗ ପାଇବେ
ବିବାଦୀୟ କଥାରେ ମୁଣ୍ଡ ନ ପୂରାଇବା ଭଲ।
ପ୍ରତିକାର:-ଖଣ୍ଡେ ଅଦା ପାଖରେ ରଖି ଯାତ୍ରା
କରନ୍ତୁ
ତୁଳା
ପ୍ରତ୍ୟେକ କ୍ଷେତ୍ରରେ ଉପସ୍ଥିତି ବୁଦ୍ଧି ପ୍ରୟୋଗ
କରି କାମ ହାସଲ କରିବେ । ବାଣିଜ୍ୟ ବ୍ୟବସାୟରେ ଲାଭବାନ ହେବେ । ହଠାତ୍‌ କାୈଣସି ଘଟଣା ମନକୁ ବିବ୍ରତ କରିପାରେ ।
ପ୍ରତିକାର:-ଗୁଡରୁଟି ଗାଈକୁ ଖାଇବାକୁ ଦିଅନ୍ତୁ
ବିଛା
ପ୍ରତ୍ୟେକଟି କ୍ଷେତ୍ରରେ ବିଜୟ ଲାଭ କରିବେ ଆପୋଷ ଆଲୋଚନା ଦ୍ୱାରା ଘରୋଇ ସମସ୍ୟାର ସମାଧାନ ହୋଇଯିବ । କଳା ସାହିତ୍ୟରେ କ୍ଷେତ୍ରରେ ସୁନାମ ଅର୍ଜନ କରିବେ ।
ପ୍ରତିକାର:- ଯେକୌଣସି ଅସହାୟ ବ୍ୟକ୍ତିମାନଙ୍କୁ ଫଳ ଦାନ କରନ୍ତୁ
ଧନୁ
ନିଜ ଲୋକମାନେ ବିରୁଦ୍ଧାଚାର କରିବେ । ପ୍ରଶାସନିକ କ୍ଷେତ୍ରରେ ଦ୍ୱନ୍ଦରେ ପଡିବେ କିନ୍ତୁ କୈାଣସି କାମ ଅଟକିବ ନାହିଁ । ଇଚ୍ଚା ନ ଥିଲେ ମଧ୍ୟ ବନ୍ଧୁଙ୍କ ଆମନ୍ତ୍ରଣକୁ ଉପେକ୍ଷା କରି ପାରିବେ ନାହିଁ ।
ପ୍ରତିକାର:-ହନୁମାନ ଚାଳିଶା ୧୧ଥର ପାଠ
କରନ୍ତୁ

ମକର
ଭୁଲ୍‌ବୁଝାମଣା ଜନିତ ହଠାତ୍‌ ବନ୍ଧୁଙ୍କ ସହ ମନୋମାଳିନ ହୋଇ ପାରେ। ଆଶାନୁଯାୟୀ ସାହାଯ୍ୟ ସହଯୋଗ ପାଇବେ । ଆଜି ଅପରାହ୍ନରେ କୌଣସି ଶୁଭ ଖବର ପାଇ ଆନନ୍ଦିଆନନ୍ଦିତ ହେବେ ।
ପ୍ରତିକାର:-କିଛି ଲାଲ୍ ସିନ୍ଦୁର ଦୁର୍ଗାଙ୍କୁ ଅର୍ପଣ କରନ୍ତୁ
କୁମ୍ଭ
ଅନ୍ୟମାନଙ୍କ ମନଗଢା କଥା ଶୁଣି ବ୍ୟସ୍ତ ବିବ୍ରତ ହେବେ । କେହି ଜଣେ ବ୍ୟକ୍ତି ଅସୁବିଧାରେ ପକାଇପାରନ୍ତି। ନିକଟ ସମ୍ପର୍କୀୟଙ୍କ ପକ୍ଷପାତିତାକୁ ନାପସନ୍ଦ କରିବେ।
ପ୍ରତିକାର:- ଓଁ ନମଃ ଭାବରେ ବାସୁଦେବାୟ ଏହି ମନ୍ତ୍ରକୁ ୨୭ଥର ଜପ କରନ୍ତୁ
ମୀନ
ଭାବ ପ୍ର୍ରବଣତାରେ କାର‌୍ୟ୍ୟ କରନ୍ତୁ ନାହିଁ
କୌଣସି ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି ଅଜଣାବ୍ୟକ୍ତି ମିତ୍ରଭାବପୋଷଣ କରିପାରନ୍ତି।
ପ୍ରତିକାର:-ଦୁବଘାସ ଅରୁଆ ଚାଉଳ ଗାଈକୁ ଖାଇବାକୁ ଦିଅନ୍ତୁ

Leave A Reply

Your email address will not be published.