Latest Odisha News

BREAKING NEWS

ମୁଣ୍ଡୁଳିରେ ଚଳିତବର୍ଷର ପ୍ରଥମ ବନ୍ୟାଜଳ: ସେକେଣ୍ଡ ପ୍ରତି ୧ ଲକ୍ଷ ୭୨ ହଜାର କ୍ୟୁସେକ୍‌ ଜଳ ପ୍ରବାହିତ

କଟକ: କଟକ ଉପକଣ୍ଠସ୍ଥ ମୁଣ୍ଡଳି ବ୍ୟାରେଜରେ ମହାନଦୀର ଚଳିତ ବର୍ଷର ପ୍ରଥମ ବନ୍ୟାଜଳ ପ୍ରବାହିତ ହୋଇଛି । ରବିବାର ସକାଳ ୬ଟା ସୁଦ୍ଧା ସେକେଣ୍ଡରେ ୧ ଲକ୍ଷ ୭୨ ହଜାର କ୍ୟୁସେକ୍ ଜଳ ପ୍ରବାହିତ ହୋଇଛି। ମୁଣ୍ଡଳୀର ଉପରମୁଣ୍ଡରେ ଜଳସ୍ତର ୮୧.୩୦, ତଳମୁଣ୍ଡରେ ୭୭.୩୦ ଫୁଟ୍ ରହିଛି। ଶନିବାର ଦିନ ହୀରାକୁଦର ୧୫ ଗେଟ୍ ଖୋଲାଯିବା ପରେ ମୁଣ୍ଡଳୀରେ ପହଞ୍ଚିଛି ଏହି ବନ୍ୟାଜଳ ।

ଅନ୍ୟପଟେ, ଉପରମୁଣ୍ଡରେ ପ୍ରବଳବର୍ଷା ଯୋଗୁଁ ହୀରାକୁଦ ଡ୍ୟାମ କର୍ତ୍ତୃପକ୍ଷ ୧୫ ଟି ଗେଟ ଖୋଲିଥିବା ଜଣାପଡିଛି । ଏହା ମଧ୍ୟକୁ ବର୍ତ୍ତମାନ ସୁଦ୍ଧା ସେକେଣ୍ଡ ପିଛା ୮୧,୨୨୪ କ୍ୟୁସେକ୍ ଜଳ ପ୍ରବେଶ କରୁଥିବାବେଳେ ପାଖାପାଖି ସେକେଣ୍ଡ ପିଛା ୨ ଲକ୍ଷ ୩୯୭ କ୍ୟୁସେକ୍ ଜଳ ନିଷ୍କାସିତ ହେଉଥିବା ସୂଚନା ।

Leave A Reply

Your email address will not be published.