Latest Odisha News

ଆଜି ମୋଦିଙ୍କ ମନ୍ କି ବାତ୍

ନୂଆଦିଲ୍ଲୀ:ଆଜି ମନର କଥା କହିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ମନ୍ କି ବାତର ୬୬ତମ ଏପିସୋଡ । ଦିନ 11ଟାରେ ଦେଶବାସୀଙ୍କକୁ ସମ୍ବୋଧିତ କରିବେ ପ୍ରଧାନମନ୍ତ୍ରୀ । କରୋନା ଲଢ଼େଇରେ ଦେଶବାସୀଙ୍କୁ କିଛି ଗୁରୁତ୍ୱପୂର୍ଣ୍ଣ କଥା କହି ପାରନ୍ତି । କାରଣ ଏବେ ଦେଶରେ ପ୍ରତିଦିନ କୋଭିଡ କେସ୍ ୮୦୦୦ରୁ ବଢ଼ି ୧୮ ହଜାର ଯାଏ ଛୁଇଁଲାଣି । ଏଭଳି ପରିସ୍ଥିତିରେ ଆଗକୁ ସରକାରଙ୍କ ପଦକ୍ଷେପ ସମ୍ପର୍କରେ ଦେଶବାସୀଙ୍କୁ ସୂଚନା ଦେଇ ପାରନ୍ତି ପ୍ରଧାନମନ୍ତ୍ରୀ । କାରଣ ଆସନ୍ତା ୩୦ ତାରିଖରେ ଶେଷ ହେଉଛି ଅନଲକ୍ ୧.୦ ଅବଧି ।

ଏହା ବ୍ୟତୀତ ଲଦାଖର ଗଲଓ୍ୱାନ ଘାଟିରେ ଭାରତ-ଚୀନ ସୈନ୍ୟଙ୍କ ସଂଘର୍ଷରେ ୨୦ ଭାରତୀୟ ଯବାନ ସହିଦ ହୋଇଥିଲେ । ବର୍ତ୍ତମାନ ଦୁଇ ଦେଶର ସୀମାରେ ଉତ୍ତେଜନା ପରିସ୍ଥିତି ଲାଗି ରହିଛି । ଏହା ଉପରେ ବି କିଛି କହିପାରନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

ମେ ମାସରେ ଅନଲକ୍ ୧.୦ ଘୋଷଣାର ଦିନେ ପରେ ରେଡିଓରେ ମନ୍ କି ବାତରେ ଉଦବୋଧନ ଦେଇଥିଲେ ପ୍ରଧାନମନ୍ତ୍ରୀ । କରୋନା ସତର୍କତା ସମ୍ପର୍କରେ ଲୋକଙ୍କୁ ସଚେତନ କରାଇଥିଲେ ।

Leave A Reply

Your email address will not be published.