Latest Odisha News

ଆରଟେମିିନ ପକ୍ଷରୁ ପ୍ରଥମ ଆନ୍ତର୍ଜାତିୟ ଚିତ୍ର କଳା ଶିବିର ଉଦଘାଟିତ

ଭୁବନେଶ୍ୱର : ଅଗ୍ରଣୀ କଳା ସଂସ୍ଥା ଆରଟେମିିନ ପକ୍ଷରୁ ୭୫ତମ ସ୍ଵାଧୀନତା ଦିବସ ଉପଲକ୍ଷେ, ଅନଲାଇନ ମାଧ୍ୟମରେ ପ୍ରଥମ ଆନ୍ତର୍ଜାତିୟ ଚିତ୍ର କଳା ଶିବିର “ବୋଲ୍ କେ ଲବ୍ ଆଜାଦ ହେ ତେରେ” ର ଉଦଘାଟନ ସମାରୋହ ଆୟୋଜିତ ହୋଇଯାଛି। ଆଗାମୀ ୧୦ ତାରିଖ ପର୍ଯ୍ୟନ୍ତ ଏହି ଶିବିର ଚାଲିବ ବୋଲି କଳା ସଂସ୍ଥା ପକ୍ଷରୁ କୁହାଯାଇଛି।

ଉଦଘାଟନୀ ଉତ୍ସବରେ ଧଉଳି ଚାରୁ ଓ କାରୁ କଳା ମହାବିଦ୍ୟାଳୟର ଅଧ୍ୟକ୍ଷ ଏବଂ ଓଡ଼ିଶା ଲଳିତ କଳା ଏକାଡେମୀର ସଚିବ ପଞ୍ଚାନନ ସାମଲ ଯୋଗ ଦେଇ “କଳାକାର କୁ ବନ୍ଧନ ଭିତରେ ନ ରଖି ସ୍ଵାଧୀନତା ଦେବା ଆବଶ୍ୟକ” ବୋଲି ମତ ପ୍ରକାଶ କରିଥିଲେ ।

ଏହି ଶିବିରରେ ଓଡ଼ିଶା ତଥା ଓଡ଼ିଶା ବାହାରୁ ପନ୍ଦର ଜଣ କଳାକାର ଯୋଗ ଦେଇଛନ୍ତି । ଚିତ୍ର କଳା , ଭାସ୍କର୍ଯ୍ୟ କଳା ଏବଂ ମୁଦ୍ରଣ କଳା ଇତ୍ୟାଦି ମାଧ୍ୟମରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ଏଠାରେ ଅତିଥି କଳାକାର ଭାବରେ ଆଲୋକ ବଳ , ନୀରେଜା ସି ପିଟର, ରଘୁନାଥ ସାହୁ, ଧର୍ମପଦ ବିଶ୍ଵାଳ, ପ୍ରଦୀପ୍ତ କିଶୋର ଦାସ , ଦୀଲିପ କୁମାର ମଲ୍ଲିକ, ବିଶ୍ଵଜିତା ମହାରଣା, ବିଶ୍ୱଜିତ୍ ଗିରି, ଆର୍ୟପ୍ରଜ୍ଞା ବସବଦତ୍ତା, କୁଲଦୀପ ରାୟ, ସୁମିତ୍ରା ରାଣୀ ଦାସ, ସମରେନ୍ଦ୍ର ବେହେରା, ବେଦମତୀ ମାଝୀ, ସୁଭସ୍ମିତା ଘଡେ଼ଇ, ଜେ. ମ ପଟ୍ଟନାୟକ ପ୍ରମୁଖ ଯୋଗ ଦେଇଛନ୍ତି।

ଏହି ଶିବିରର ସମସ୍ତ ପୋଷ୍ଟର ଅଳଙ୍କରଣର କାମ ବିରେନ୍ଦ୍ର ସିଂତିଆରି କରିଥିବାର ସୂଚନା ଦେଇ ।ଭବିଷ୍ୟତରେ ଏପରି ଅନେକ କାର୍ଯ୍ୟକ୍ରମ ଆୟୋଜିତ ହେବ ବୋଲି ସଂସ୍ଥାର ସଭାପତି ଧର୍ମାଶିଷ୍ ବେହେରା କହିଥିଲେ ।

ଶତ୍ରୁଘ୍ନ ସାହୁଙ୍କ ଉପସ୍ଥାପନାରେ ଏହି କାର୍ଯ୍ୟକ୍ରମ ହୋଇଥିବା ବେଳେ, ପୁରା କାର୍ଯ୍ୟକ୍ରମକୁ କବିତା ମଞ୍ଜରୀ ସଂଯୋଜନା କରିଥିଲେ ଏବଂ ପରିଶେଷରେ ଆଦିତ୍ୟ କୁମାର ଜେନା ଧନ୍ୟବାଦ ଅର୍ପଣ କରିଥିଲେ।

Leave A Reply

Your email address will not be published.