Latest Odisha News

BREAKING NEWS

ଆସନ୍ତା ମାସରେ ବର୍ଷର ପ୍ରଥମ ଚନ୍ଦ୍ର ଗ୍ରହଣ

ଭୁବନେଶ୍ୱର: ଆସନ୍ତା ମାସରେ ପଡିବ ବର୍ଷର ପ୍ରଥମ ଚନ୍ଦ୍ର ଗ୍ରହଣ । ଏହି ଚନ୍ଦ୍ର ଗ୍ରହଣ ବୈଶାଖ ପୂର୍ଣିମାରେ ବା ବୁଦ୍ଧ ପୂର୍ଣିମାରେ ପଡିବ । ଅର୍ଥାତ ଚନ୍ଦ୍ର ଗ୍ରହଣ ମେ ୫ ତାରିଖରେ ପଡିବା । ଏହି ଗ୍ରହଣ ତୁଳା ରାଶି ଏବଂ ସ୍ୱାତୀ ନକ୍ଷତ୍ରରେ ଲାଗିବ । ବୈଜ୍ଞାନିକ ଦୃଷ୍ଟି ରେ ଏହା ଉପାଛାୟା ଗ୍ରହଣ ହେବ ।

ଏହି ଚନ୍ଦ୍ର ଗ୍ରହଣ ରାତି ୮ଟା ୪୫ ମିନିଟରୁ ରାତି ୧.୦୨ ଯାଏ ରହିବ । ଗ୍ରହଣର ଅବଧି ୪ ଘଣ୍ଟା ୧୫ ମିନିଟ ରହିଛି ।  ସଏହି ଚନ୍ଦ୍ର ଗ୍ରହଣ ଏସିଆ, ଆଫ୍ରିକା, ଅଷ୍ଟ୍ରେଲିଆ, ୟୁରୋପ ସହ ହିନ୍ଦ ମହାସାଗର, ପ୍ରଶାନ୍ତ ମହାସାଗର, ଆଟ୍ଲାଣ୍ଟିକ ମହାସାଗର ଏବଂ ଆଣ୍ଟର୍କଟିକାରେ ଦେଖିବାକୁ ମିଳିବ ।
ଏହାପରେ ବର୍ଷର ୨ୟ ଚନ୍ଦ୍ରଗ୍ରହଣ ଅକ୍ଟୋବର ୨୯ ରବିବାରରେ ରେ ପଡିବ । ଏହା ଖଣ୍ଡ ଗ୍ରାସ ଗ୍ରହଣ ହେବ । ଏହି ଗ୍ରହଣ ରାତି ୧.୦୬ରୁ ଆରମ୍ଭ ହୋଇ ୨.୨୨ରେ ସରିବ। ତେବେ ଭାରତର ଏହା ଦୃଶ୍ୟମାନ ହେବ ନାହିଁ।

ଚଳିତ ବର୍ଷ ୨ଟି ଚନ୍ଦ୍ର ଗ୍ରହଣ ବ୍ୟତୀତ ୨ଟି ସୂର୍ଯ୍ୟ ଗ୍ରହଣ ମଧ୍ୟ ପଡିବ ।  ପ୍ରଥମ ସୂର୍ଯ୍ୟ ଗ୍ରହଣ ଏପ୍ରିଲ ୨୦ ଯାହା ଲାଗି ସାରିଛି ।  ୨ୟ ତଥା ଶେଷ ସୂର୍ଯ୍ୟ ଗ୍ରହଣ ଅକ୍ଟୋବର ୧୪ରେ ପଡିବ।

Leave A Reply

Your email address will not be published.