ନୂଆଦିଲ୍ଲୀ: ଚଳିତ ବର୍ଷର ପ୍ରଥମ ସୂର୍ଯ୍ୟ ପରାଗ ଜୁନ୍ ମାସରେ ହେବାକୁ ଯାଉଛି। ଏହି ସୂର୍ଯ୍ୟ ପରାଗ ବୃଷ ରାଶିରେ ଚଳନ ହେବାକୁ ଥିବା ବେଳେ ଏହାର ପ୍ରଭାବ ମେଷ ଠାରୁ ଆରମ୍ଭ କରି ମୀନ ରାଶି ଉପରେ ପଡିବ।
ବିଶ୍ୱାସ କରାଯାଏ ଯେ ଆଂଶିକ ସୂର୍ଯ୍ୟ ପରାଗ ଓ ଚନ୍ଦ୍ରଗ୍ରହଣ ମଧ୍ୟ ମନୁଷ୍ୟ ଉପରେ ପ୍ରଭାବ ପକାଇଥାଏ। ଜୁନ୍ ୧୦ ତାରିଖ ଜ୍ୟେଷ୍ଠ ମାସ କୃଷ୍ଣ ପକ୍ଷ ଅମାବାସ୍ୟାରେ ଏହା ପଡୁଛି। ଏହି ଦିନ ମଧ୍ୟ ଶନି ଜୟନ୍ତୀ।
ଏହି ସୂର୍ଯ୍ୟ ପରାଗ ଭାରତରେ ଦେଖାଯିବ। ଏହା ବ୍ୟତୀତ କାନାଡା, ଋଷିଆ, ଗ୍ରୀନଲାଣ୍ଡ, ୟୁରୋପ, ଏସିଆ ଏବଂ ଉତ୍ତର ଆମେରିକାରେ ମଧ୍ୟ ସୂର୍ଯ୍ୟ ପରାଗ ଦେଖାଯିବ।
ଭାରତରେ ସୂର୍ଯ୍ୟ ପରାଗ ଜୁନ୍ ୧୦ ତାରିଖ ଦିନ ୧.୪୨ରୁ ସନ୍ଧ୍ୟା ୬.୪୧ଯାଏଁ ରହିବ। ହେଲେ ଭାରତରେ ଆଂଶିକ ସୂର୍ଯ୍ୟ ପରାଗ ହେବ।
Comments are closed.