Latest Odisha News

BREAKING NEWS

କରୋନା ଯୋଦ୍ଧାଙ୍କୁ ଭଦ୍ରକରେ ଭକ୍ତିପୁତ ଶ୍ରଦ୍ଧାଂଜଳୀ

ଭଦ୍ରକ: ସାରା ବିଶ୍ୱରେ କରୋନା କରିଛି କାୟା ବିସ୍ତାର । ଏଥିରୁ ବାଦ୍ ପଡିନି ଓଡିଶା । ଖାସ କରି ମହାମାରୀର ଦ୍ୱିତୀୟ ଲହରରେ ସବୁଠୁ ଅଧିକ ସାମ୍ବାଦିକ ତଥା କରୋନା ଯୋଦ୍ଧାଙ୍କ ଜୀବନହାନୀ ଘଟିଛି । ସମାଜ ତଥା ଦେଶ ପାଇଁ କର୍ତ୍ତବ୍ୟ ସମ୍ପାଦନ କରି ରାଜ୍ୟରେ ଏ ଯାବତ ୩୪ଜଣ ସାମ୍ବାଦିକଙ୍କୁ କରୋନା ଗ୍ରାସ କରିସାରିଛି ।

ସେମାନଙ୍କୁ ଶ୍ରଦ୍ଧାଂଜଳୀ ଦେବାକୁ ଯାଇ ଭଦ୍ରକରେ ଅନୁଷ୍ଠିତ ଏକ ଶୋକସଭାରେ ଅନେକ ଜଣାଶୁଣା ସାମ୍ବାଦିକ ସାମାଜିକ ଦୂରତ୍ୱ ଅବଲମ୍ବନ କରି ଏକତ୍ରିତ ହୋଇଥିଲେ । ଗତକାଲି ସାମ୍ବାଦିକ ଜଗବନ୍ଧୁ ବେହେରାଙ୍କ ଅଧ୍ୟକ୍ଷତାରେ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଶୋକସଭା ଅନୁଷ୍ଠିତ ହୋଇଥିଲା । ଏହି ସଭାରେ ସମସ୍ତ ଜିଲ୍ଲାସ୍ତରୀୟ ସାମ୍ବାଦିକମାନେ ଯୋଗଦେଇ ଦିବଂଗତ ସାମ୍ବାଦିକଙ୍କ ଆତ୍ମାର ସଦ୍‌ଗତି କାମନା କରିବା ସହ ୨ ମିନିଟ୍ ନୀରବ ପ୍ରାର୍ଥନା କରିଥିଲେ ।

ସାମ୍ବାଦିକଙ୍କୁ ମିଳିଛି କରୋନା ଯୋଦ୍ଧାର ମାନ୍ୟତା । ମୃତ୍ୟୁ ପରେ ମିଳିବ ୧୫ ଲକ୍ଷ ଟଙ୍କାର ଅନୁକମ୍ପା ରାଶି । ହେଲେ ଜୀବିତ ଅବସ୍ଥାରେ ସାମ୍ବାଦିକଙ୍କ ସ୍ୱାର୍ଥ ପାଇଁ ରାଜ୍ୟ ସରକାର କୌଣସି ପଦକ୍ଷେପ ନେଇନାହାଁନ୍ତି । ଏହାକୁ ଦୁର୍ଭାଗ୍ୟଜନକ କହିବା ସହ ଜିଲ୍ଲାର ଅନେକ ବରିଷ୍ଠ ସାମ୍ବାଦିକ କ୍ଷୋଭ ପ୍ରକାଶ କରିଥିଲେ । ରାଜ୍ୟ ସରକାର ସାମ୍ବାଦିକଙ୍କ ପାଇଁ କିଛି ନୂଆ ଯୋଜନା ପ୍ରଣୟ କରିବାକୁ ସମସ୍ତେ ଦାବି କରିଥିଲେ । ଶେଷରେ କରୋନା ସଂକ୍ରମଣରେ ପ୍ରାଣ ହରାଇଥିବା ସାମ୍ବାଦିକଙ୍କ ପରିବାର ଲୋକଙ୍କୁ ସମବେଦନା ଜଣାଇବା ସହ ସୁରକ୍ଷା ପାଇଁ ସମସ୍ତେ ମାଁ ଭଦ୍ରକାଳୀଙ୍କ ନିକଟରେ ପ୍ରାର୍ଥନା କରିଥିଲେ ।

Leave A Reply

Your email address will not be published.