Latest Odisha News

BREAKING NEWS

ଇସ୍ତଫା ଦେଲେ କମଳନାଥ; ଜ୍ୟୋତିରାଦିତ୍ୟ କହିଲେ ‘ସତ୍ୟମେବ ଜୟତେ’

ଭୋପାଳ: ମଧ୍ୟପ୍ରଦେଶରେ ଚାଲିଥିବା ମହାସଙ୍କଟର ମହାସମାପ୍ତି ଘଟିବାକୁ ଯାଉଛି । ଆଜି ବିଧାନସଭାରେ ଆସ୍ଥା ଭୋଟର ସମ୍ମୁଖୀନ ହେବା ପୂର୍ବରୁ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ କମଳନାଥ ପଦରୁ ଇସ୍ତଫା ପ୍ରଦାନ କରିଛନ୍ତି । ସେ ତାଙ୍କର ଇସ୍ତଫା ପତ୍ରକୁ ରାଜ୍ୟପାଳ ଲାଲଜୀ ଟଣ୍ଡନଙ୍କୁ ପଠାଇଦେଇଛନ୍ତି । ଏହି ଇସ୍ତଫାପ୍ରଦାନ କରିବା ପରେ ଗଣମାଧ୍ୟମରେ ବିଦାୟୀ ମୁଖ୍ୟମନ୍ତ୍ରୀ କମଳନାଥ ବିଜେପି ବିରୋଧରେ ଅଭିଯୋଗ କରି କହିଛନ୍ତି ଯେ, ବିଜେପି ଓ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ଷଡ଼ଯନ୍ତ୍ର ଯୋଗୁଁ କଂଗ୍ରେସ ସରକାର ଭାଙ୍ଗିଯାଇଛି ।

ଇସ୍ତଫା ପ୍ରଦାନ ପରେ କମଳନାଥ ଗଣମାଧ୍ୟମକୁ ସମ୍ବୋଧିତ କରି କହିଛନ୍ତି ଯେ, ମୁଁ ରାଜ୍ୟପାଳଙ୍କୁ ମୋର ଇସ୍ତଫା ପ୍ରଦାନ କରିବାକୁ ବାଧ୍ୟ ହେଲି । ମାତ୍ର ମୁଁ ଜନସାଧାରଣଙ୍କ ହିତ ଲାଗି କାର୍ଯ୍ୟ ଜାରି ରଖିବି । ମଧ୍ୟପ୍ରଦେଶର ଜନତା ଭାରତୀୟ ଜନତା ପାର୍ଟିକୁ କ୍ଷମା କରିବେ ନାହିଁ ବୋଲି କହିଛନ୍ତି କମଳନାଥ ।

ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ପ୍ରଦାନ କରିବା ପରେ ବିଜେପିରେ ଯୋଗଦାନ କରିଥିବା ବରିଷ୍ଠ ନେତା ଜ୍ୟୋତିରାଦିତ୍ୟ କହିଛନ୍ତି ସତ୍ୟମେବ ଜୟତେ । ଆଜି ମଧ୍ୟପ୍ରଦେଶବାସୀଙ୍କ ବିଜୟ ଘଟିଛି । ରାଜନୀତି ହେଉଛି କେବଳ ଜନତାଙ୍କ ସେବା ଲାଗି ବୋଲି ମୁଁ ହୃଦୟଙ୍ଗମ କରିଛି, ମାତ୍ର ଏହି ସରକାର ଏହା କରୁନଥିଲେ । ସତ୍ୟର ବିଜୟ ସବୁବେଳେ ଘଟିଥାଏ, ସତ୍ୟମେବ ଜୟତେ । ଏହା କହିଛନ୍ତି ଜ୍ୟୋତିରାଦିତ୍ୟ ।

Leave A Reply

Your email address will not be published.