Latest Odisha News

ଫିସ୍ ସ୍ପା କରୁଥିଲେ ହୋଇଯାଆନ୍ତୁ ସାବଧାନ

ଭୁବନେଶ୍ବର: ଆଜି କାଲି ସ୍ପା ଟ୍ରେଣ୍ଡରେ ରହିଛି । ସେଥିମଧ୍ୟରୁ ଫିସ୍ ସ୍ପା ଅନ୍ୟତମ । ଫିସ୍ ସ୍ପାରେ ଏକ ପାଣି ଭର୍ତ୍ତି ଟବ୍ ରେ କିମ୍ବା ଟ୍ୟାଙ୍କରେ ପାଦ ରଖିବାକୁ ହୁଏ । ସେଥିରେ ଛୋଟ ଛୋଟ ମାଛଗୁଡିକୁ ଛାଡି ଦିଆଯାଏ । ଏହି ମାଛମାନେ ପାଦର ଚର୍ମରୁ ମୃତ କୋଶିକା (ଡେଡ୍ ସ୍କିନ) ଖାଇଥାନ୍ତି । ଏହାଦ୍ବାରା ପାଦ ସଫା ହୋଇଥାଏ । ଏହି ସ୍ପା ଏବେ ମଲ୍ ଠାରୁ ସ୍ପା ସେଣ୍ଟର ପର୍ଯ୍ୟନ୍ତ ସବୁଠାରେ ଉପଲବ୍ଧ ହେଲାଣି । ସୁନ୍ଦର ଓ ନରମ ପାଇଁ ଝିଅମାନେ ଏହି ଫିସ୍ ସ୍ପା କରିଥାନ୍ତି ।

କିନ୍ତୁ ଏହି ଫିସ୍ ସ୍ପା ସମ୍ପୂର୍ଣ୍ଣ ଭାବ ସୁରକ୍ଷିତ ନୁହେଁ ।  ଏହି ସ୍ପା ଯୋଗୁଁ ଚର୍ମ ସଂକ୍ରମଣ ସମସ୍ୟାର କାରଣ ହୋଇପାରେ  । ତେଣୁ ଏଥି ପ୍ରତି ଧ୍ୟାନ ଦିଅନ୍ତୁ । ଆଖି ବନ୍ଦ କରି ଟ୍ରେଣ୍ଡ ପଛରେ ପଡନ୍ତୁ ନାହିଁ ।

ଫିସ୍ ସ୍ପା ସମୟରେ ମୃତ ତ୍ବଚାକୁ ଖାଉଥିବା ମାଛମାନେ ଯଦି ବ୍ୟାକ୍ଟେରିଆ କିମ୍ବା ଭାଇରସ୍ ଦ୍ବାରା ପ୍ରଭାବିତ ଥାଆନ୍ତି , ତେବେ ସ୍ପା କରାଉଥିବା ବ୍ୟକ୍ତିଙ୍କୁ ସଂକ୍ରମଣ ହେବାର ଆଶଙ୍କା ବଢିଯାଏ । ଫଳରେ ଏହି ମାଛମାନଙ୍କ ଦ୍ବାରା ଗୋଟିଏ ବ୍ୟକ୍ତିଙ୍କଠାରୁ ଅନ୍ୟ ବ୍ୟକ୍ତିକୁ ସଂକ୍ରମଣ ବ୍ୟାପି ପାରେ ।

ସେହିପରି ଟବ୍ ,ଟ୍ୟାଙ୍କ ସଫାସୁତୁରା ନଥିଲେ ଓ ଏଥିରେ ବ୍ୟବହାର ହେଉଥିବା ପାଣି ପରିଷ୍କାର ନଥିଲେ ଅସୁବିଧାର ସମ୍ମୁଖିନ ହେବେ । ସ୍ପା କରୁଥିବା ବ୍ୟକ୍ତିଙ୍କ ଚର୍ମ କୁଣ୍ଡେଇ ହେବା, ପୋଡାଜଳା ହେବା ଭଳି ସମସ୍ୟା ଦେଖାଯାଏ । ବେଳେବେଳେ ଗମ୍ଭୀର ସଂକ୍ରମଣ ହେବାର ଆଶଙ୍କା ରହିଥାଏ ।

ଏହାବ୍ୟତୀତ ଫିସ୍ ସ୍ପା ସମୟରେ ମାଛଗୁଡିକ ପାଦକୁ କାମୁଡିବା ଯୋଗୁଁ ରକ୍ତସ୍ରାବ ମଧ୍ୟ ହେବାର ନଜରକୁ ଆସେ । ତେଣୁ ପାଦର ଯତ୍ନ ପାଇଁ ଫିସ୍ ସ୍ପା ଏକ ଭଲ ଉପାୟ ନୁହେଁ ।

ଫିସ୍ ସ୍ପା କରିବାକୁ ଥିଲେ ଲାଇସେନ୍ସପ୍ରାପ୍ତ ସ୍ପା ସ୍ପେଣ୍ଟର ଯାଆନ୍ତୁ । ପ୍ରଥମେ ଯାଞ୍ଚ କରନ୍ତୁ ଫିସ୍ ସ୍ପା କରିବା ପାଣି ପରିଷ୍କାର ଅଛି କି ନାହିଁ । ପରିଷ୍କାର ପରିଚ୍ଛନ୍ନତା ପ୍ରତି ବିଶେଷ ଧ୍ୟାନ ଦିଆଯାଉଛି କି ନାହିଁ ।

Comments are closed.