Latest Odisha News

BREAKING NEWS

ଫିଫା ବିଶ୍ୱକପ୍ ପାଇଁ ମରକ୍କୋ ମାରିବ ୩୦ ଲକ୍ଷ କୁକୁର!

ନୂଆଦିଲ୍ଲୀ: ମରକ୍କୋ ସହରର ରାସ୍ତା ହେବ ରକ୍ତରେ ରଞ୍ଜିତ ହେବ । ରାସ୍ତାରୁ ହଟିବେ ୩୦ ଲକ୍ଷ କୁକୁର । ଜାତୀୟ ଗଣମାଧ୍ୟମରେ ପ୍ରସାରିତ ହେଉଥିବା ଖବର ଅନୁସାରେ, ମରକ୍କୋ ରାସ୍ତାରେ, ଯନ୍ତ୍ରଣାରେ କାନ୍ଦୁଛନ୍ତି ଅସହାୟ ପ୍ରାଣୀ । ସେମାନଙ୍କୁ ମାରି ଟ୍ରକରେ ପିଙ୍ଗି ଦିଆଯାଉଛି । ମରକ୍କୋ ରାସ୍ତାରୁ ଏଭଳି କିଛି ହୃଦୟ ବିଦାରକ ଦୃଶ୍ୟ ବିଶ୍ୱକୁ ଏବେ ଭୟଭୀତ କରିଦେଇଛି । ତେବେ ବାସ୍ତବରେ କ’ଣ ଏତେ ନିଷ୍ଠୁର ହୋଇଯାଇଛି ମରକ୍କୋ ? ଅସହାୟ, ଅବାକ୍ ଜୀବଙ୍କୁ ଦରମରା କରି ଛାଡି ଦେଉଛି?

ତେବେ ଉତ୍ତର ଆଫ୍ରିକୀୟ ଦେଶ ମରକ୍କୋ, ସ୍ପେନ୍ ଏବଂ ପର୍ତ୍ତୃଗାଲ ଏଥରର ୨୦୩୦ର ଫିପା ବିଶ୍ବ କପ୍ ଆହୋଜିତ କରୁଛନ୍ତି । ଯାହାକୁ ନେଇ ଏବେ ବିଶ୍ବବ୍ୟାପୀ ଦୃଷ୍ଟି ଆକର୍ଷଣ କରିଥିବା ବେଳେ ଏହାକୁ ନେଇ ଜୋରସୋର ପ୍ରସ୍ତୁତିରେ ରହିଛି ଦେଶ । କାରଣ ଫିଫା ବିଶ୍ବକପ୍ ପାଇଁ ଦେଶ ବିଦେଶରୁ ଛୁଟିବ ଫୁଟବଲ ପ୍ରଶଂସକଙ୍କ ସୁଅ । ଯାହା ପାଇଁ ଏବେ ସହର ଚମକାଇବାରେ ଲାଗିଛି ମରକ୍କୋ । କିନ୍ତୁ ଏବେ ସେଠୁ ଏକ ହୃଦୟ ବିଦାରକ ଘଟଣା ସମସ୍ତଙ୍କୁ ଏବେ ଚମକାଇ ଦେଇଛି ।  ଫିଫା ଓ୍ବାଲ୍ଡ କପ୍ ପାଇଁ ମରକ୍କୋ ଏବେ ହଜାର ହଜାର କୁକୁରଙ୍କ ନିର୍ମମ ହତ୍ୟା କରିଥିବା ରିପୋର୍ଟ ବିଶ୍ୱକୁ ସ୍ତବ୍ଧ ଏବଂ କ୍ରୋଧିତ କରିଛି ।

କିଛି କିଛି ରିପୋର୍ଟରେ ତ ଏହା ବି ଦାବି କରାଯାଇଛି କି, ଏବେ ପର୍ଯ୍ୟନ୍ତ ହଜାର ହଜାର କୁକରଙ୍କ ଜୀବନ ନିଆସାରିଲାଣି । ଆଉ ଖେଳ ସମୟ ପାଖେଇ ଆସିବାରୁ ଏହାର ସଂଖ୍ୟା ବଢିବା ନେଇ ଆଶା ରହିଛି । ଯାହାକୁ ନେଇ ଏବେ ଅନ୍ତରାଷ୍ଟ୍ରୀୟ ସଂସ୍ଥା ପକ୍ଷରୁ ଅସନ୍ତୋଷ ପ୍ରକାଶ ପାଇଛି । ତେବେ କୁହାଯାଉଛି, ସ୍ଟ୍ରାଇକିନ୍ ନାମକ ଏକ ବିଷାକ୍ତ ମେଡିସିନ୍ ଦ୍ବାରା କୁକରଙ୍କୁ ଅତି ନିର୍ମମ ଭାବେ ଝଟପଟ କରି ମାରାଯାଉଛି । ଆଉ କିଛି କିଛି ରିପୋର୍ଟ କହୁଛି, ସେମାନଙ୍କୁ ମଝି ରାସ୍ତାରେ ଗୁଳି କରି ମରାଯାଉଛି । ଯାହରାର ସଂଖ୍ୟା ୩୦ ଲକ୍ଷ ଛୁଇଁଥିବା ସୂଚନା ରହିଛି ।

Comments are closed.