Latest Odisha News

୨୦ ହଜାରରେ ନିଲାମ ହେଲା ବାଲେଶ୍ୱରରୁ ମିଳିଥିବା ବିଶାଳକାୟ ମାଛ

ବାଲେଶ୍ୱର: ପଶ୍ଚିମବଙ୍ଗର ପୂର୍ବ ମେଦିନିପୁର ଏବଂ ବାଲେଶ୍ୱର ଜିଲ୍ଲାର ଦିଘା ଉପକୂଳରୁ ସୋମବାର ଦିନ ସ୍ଥାନୀୟ ମତ୍ସଜୀବୀମାନେ ଏକ ବିଶାଳକାୟ ମାଛକୁ ଧରିଛନ୍ତି ।

BjdElectrycity

ପ୍ରାପ୍ତ ସୂଚନାନୁଯାୟୀ ଆଜି ସକାଳେ ମାଛ ମାରିବା ପାଇଁ କିଛି ମତ୍ସଜୀବୀ ଗଭୀର ସମୁଦ୍ର ମଧ୍ୟକୁ ଯାଇଥିବା ବେଳେ ସେମାନଙ୍କ ଜାଲରେ ଏକ ବିଶାଳକାୟ ମାଛ ପଡିଥିଲା । ପରେ ଉକ୍ତ ମାଛଟିକୁ ସେମାନେ କୂଳକୁ ଆଣିଥିଲେ ।

ଯାହାର ଓଜନ ପାଖାପାଖି ୯୦୦ କେଜି. ହୋଇଥିବା ବେଳେ ତାକୁ ଦେଖିବା ପାଇଁ ସମୁଦ୍ର କୂଳରେ ବହୁ ଲୋକଙ୍କ ସମାଗମ ମଧ୍ୟ ହୋଇଥିଲା ।

ପରେ ଏହି ମାଛଟିକୁ ଏକ ମିନି ଟ୍ରକ୍ ଯୋଗେ ଦିଘାର ମାଛ ମାର୍କେଟକୁ ନିଆଯାଇଥିବା ବେଳେ ଏହା ପ୍ରାୟ ୨୦,୦୦୦ ଟଙ୍କାରେ ନିଲାମ ହୋଇଥିବା ନେଇ ଜଣାପଡିଛି ।

Leave A Reply

Your email address will not be published.