ଧମରା:ସମୁଦ୍ରରେ ମାଛବଂଶ ବୃଦ୍ଧି କରିବାକୁ ୪୫ ଦିନିଆ କଟକଣା ଜାରି ହୋଇଥିଲା। ଏବେ ୬୧ ଦିନକୁ ଏହା ବୃଦ୍ଧିପାଇଛି। ସବୁ ବର୍ଷ ଭଳି ଆସନ୍ତା ଅପ୍ରେଲ ୧୪ ତାରିଖଠାରୁ ମାଛଧରା କଟକଣା ଲାଗୁ ହେବ। କେନ୍ଦ୍ର ସରକାରଙ୍କ ମତ୍ସ୍ୟ ବିଭାଗ ଗତ କିଛି ବର୍ଷ ହେବ ଏହିକଟକଣା ଜାରି କରିଛନ୍ତି। କାରଣ ଏହି ସମୟରେ ମାଛମାନେ ଅଣ୍ଡା ଦେଇ ଜାଆଁଳ ସୃଷ୍ଟି କରନ୍ତି। ଏହି ଜାଆଁଳ ଦିନେ ବୃକ୍ଷରେ ପରିଣତ ହୁଏ।
ଧିରେ ଧିରେ ସମୁଦ୍ରରେ ମାଛ ବଂଶ କମି ଯାଉଥିବା ବେଳେ ଏହି ଜାଆଁଳ ସୃଷ୍ଟି ସମୟରେ ମାଛ ଧରିଲେ ଅନେକ ଜାଆଁଳ ମରି ଯାଆନ୍ତି ଓ ଅଦରକାରୀ ମାଛ ଜାଲକୁ ଆସିଯାଆନ୍ତି। ବିଷେଶ କରି ସିଲିଣ୍ଡର ବିଶିଷ୍ଟ ଭୁଟୁଭୁଟି ମାଛ ଯାଆଁଳଧୀବରଙ୍କୁ ଆତଙ୍କତ କରୁଛି। ତେବେ ସଂଘତରଫରୁ ରାଜ୍ୟ ମତ୍ସ୍ୟ ବିଭାଗ ମନ୍ତ୍ରୀ ଓ ସଚିବଙ୍କୁ ଏହି ମର୍ମରେ ପତ୍ର ଲେଖିଛନ୍ତି ଯେ କେବଳ ଟ୍ରଲର ଓ ଗିଲେଟିନ ନୁହଁ ବରଂ ଭୁଟୁଭୁଟି ମଧ୍ୟ ଅପ୍ରେଲ ୧୪ ତାରିଖରୁବନ୍ଦ କରାଯାଉ।
ରାଜ୍ୟରେ ଏବେ ୧୯ ହଜାର ୭୦୦ ଗୋଟି ଗିଲେଟିନ, ଟ୍ରଲର ଓ ଭୁଟୁଭୁଟି ସମୁଦ୍ରରେ ମାଛ ଧରୁଛି। ଏହି ବ୍ରିଡିଂ ସମୟରେ ସମସ୍ତ ମାଛଧରା ଜଳଯାନ ଉପରେ କଟକଣା ଜାରି କରିବାକୁ ଦାବି ହୋଇଛି।
Comments are closed.