Latest Odisha News

ପାରାଦୀପ ମହାନଦୀ ମୁହାଣରେ ଡଙ୍ଗାବୁଡି, ଅଳ୍ପକେ ବର୍ତ୍ତିଲେ ୫ ମତ୍ସ୍ୟଜୀବୀ

ପାରାଦୀପ: ଡଙ୍ଗାବୁଡିରେ ଅଳ୍ପକେ ବର୍ତ୍ତିଲେ ୫ଜଣ ମତ୍ସ୍ୟଜୀବୀ। ମାଛ ଧରିବା ପରେ ଆଜି ଏକ ଆହୁଲା ମରା ଡଙ୍ଗାରେ ମତ୍ସ୍ୟଜୀବୀମାନେ ଅଠରବାଙ୍କି ବାଲିପ୍ଲଟ ମାଛ ବେସକୁ ଫେରୁଥିବାବେଳେ ପାରାଦୀପ ମହାନଦୀ ମୁହାଣରେ ସେମାନଙ୍କ ଡଙ୍ଗାଟି ଓଲଟପଡିଥିଲା।

ମିଳିଥିବା ରିପୋର୍ଟ ଅନୁଯାୟୀ ଉଚ୍ଚା ଲହଡି ମାଡରେ ଡଙ୍ଗାଟି ଓଲଟିପଡିଥିଲା। ଫଳରେ ୫ଜଣ ମତ୍ସ୍ୟଜୀବୀ ଡଙ୍ଗାରୁ ଛିଟିକି ପାଣିରେ ପଡିଥିଲେ। ତେବେ ସୌଭାଗ୍ୟବଶତଃ ପଛରେ ଆସୁଥବା ଏକ ଇଂଜିନ ଚାଳିତ ବୋଟ୍ ସମସ୍ତଙ୍କୁ ଉଦ୍ଧାର କରିବାରେ ସଫଳ ହୋଇଥିଲା। ପରବର୍ତ୍ତୀ ସମୟରେ ଡଙ୍ଗା ଉଦ୍ଧାର ହୋଇଥିଲାବେଳେ ମାଛଧରା ଜାଲ ଓ ମାଛ ସମୁଦ୍ର ଢେଉରେ ଭାସିଯାଇଥିବା ଜଣାପଡିଛି।

Comments are closed.