ସୁନ୍ଦରଗଡ଼: କଲରା ପତରିଆ ବାଘ ଆତଙ୍କ । ସୁନ୍ଦରଗଡ଼ ଜିଲ୍ଲା ହେମଗିରି ପରେଷ୍ଟ ରେଞ୍ଜରେ ପାଞ୍ଚ ଜଣଙ୍କୁ ଆକ୍ରମଣ କରିଛି । ସେମାନଙ୍କ ଭିତରେ ଅଛନ୍ତି ଦୁଇ ଜଣ ମହିଳା । ଆହତମାନଙ୍କୁ ହେମଗିରି ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ବାଘ ଆକ୍ରମଣ ନେଇ ସ୍ପଷ୍ଟ କରିଛନ୍ତି ସୁନ୍ଦରଗଡ ଡିଏଫଓ ।
ସମସ୍ତ ଆହତ ହେଲେ ହେମଗିରି ରେଞ୍ଚ ଅନ୍ତର୍ଗତ ବଡ଼ରମ୍ପାଇ ଗାଁର । ମଙ୍ଗଳବାର ସନ୍ଧ୍ୟାରେ ଏହି ଘଟଣା ଘଟିଛି । ବାଘଟି ପାଖ ଜଙ୍ଗଲରୁ ଗାଁ ଭିତରକୁ ହଠାତ୍ ପଶି ଆସିଥିଲା । ଏହି ଘଟଣା ପରେ ଗାଁରେ ଆତଙ୍କର ବାତାବରଣ ଖେଳିଯାଇଛି ।
Comments are closed.