Latest Odisha News

ବାଣ ଦୋକାନରେ ଭୟାବହ ଅଗ୍ନିକାଣ୍ଡ, ୫ ମୃତ

ଚେନ୍ନାଇ: ବାଣ ଦୋକାନରେ ଲାଗିଲା ନିଆଁ । ଏଥିରେ ୫ ଜଣଙ୍କର ମୃତ୍ୟୁ ହୋଇଛି । ତାମିଲନାଡୁର କଲ୍ଲାକୁରିଚି ଜିଲ୍ଲାରେ ଶଙ୍କରପୁରମରେ ଗତକାଲି ବିଳମ୍ବିତ ରାତିରେ ଏହି ଅଘଟଣ ଘଟିଛି । ବାଣ ହୋଲସେଲ୍ ଦୋକାନରେ ନିଆଁ ଲାଗିଯାଇଥିଲା । ମୃତକଙ୍କ ଭିତରେ ଅଛନ୍ତି ଦୋକାନ ମାଲିକ ଓ କର୍ମଚାରୀ ।

ନିଆଁରେ ପୋଡ଼ି ହୋଇ ଆଉ କିଛି ଆହତ ହୋଇଛନ୍ତି । ତେବେ ଦୋକାନରେ କେମିତି ନିଆଁ ଲାଗିଲା ଜଣା ପଡ଼ିନି । ଅଗ୍ନିକାଣ୍ଡ ପରେ ସେଠାରେ ବିସ୍ଫୋରଣ ହୋଇଥିଲା । ଆଖପାଖ ଦୋକାନକୁ ବି ବ୍ୟାପିଥିଲା ନିଆଁ । ବହୁ କସରତ ପରେ ନିଆଁକୁ ଆୟତ୍ତ କରିଥିଲେ ଅଗ୍ନିଶମ ବାହିନୀ ।

ଏହି ଘଟଣାକୁ ନେଇ ଗଭୀତ ଦୁଃଖ ପ୍ରକାଶ କରିଛନ୍ତି ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମ୍. କେ. ଷ୍ଟାଲିନ୍ । ମୃତକଙ୍କ ପରିବାରକୁ ୫ ଲକ୍ଷ ଟଙ୍କା ଲେଖାଏ ଅନୁକମ୍ପା ସହାୟତା ଘୋଷଣା କରିଛନ୍ତି । ଗୁରୁତର ଆହତଙ୍କୁ ଲକ୍ଷେ ଟଙ୍କା ଲେଖାଏ ଦେବାକୁ ଘୋଷଣା କରିଛନ୍ତି ତାମିଲନାଡୁ ମୁଖ୍ୟମନ୍ତ୍ରୀ ।

Leave A Reply

Your email address will not be published.