Latest Odisha News

BREAKING NEWS

ଆଜି କରୋନା ଟିକାକରଣ ନେଇ ରାଜ୍ୟ ଓ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ବୈଠକ

ଦିଲ୍ଲୀ: ଆଜି ସବୁ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳର ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ସହ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟର ବୈଠକ ହେବ। କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡବୀୟଙ୍କ ଅଧ୍ୟକ୍ଷତାରେ ଦିଲ୍ଲୀ ବିଜ୍ଞାନ ଭବନରେ ଏହି ବୈଠକ ବସିବ। ଦେଶରେ କୋଭିଡ଼ ଟିକାକରଣ ୧୦୦କୋଟି ଅତିକ୍ରମ କରିସାରିଥିବା ନେଇ ଏହି ବୈଠକ ଆୟୋଜନ କରାଯାଇଛି।

ଏହି ବୈଠକରେ ଟିକାକରଣ ଉପରେ ଆଲୋଚନା ହେବ। ଟିକା ନେଇ ନଥିବା ବ୍ୟକ୍ତିଙ୍କୁ ପ୍ରଥମ ଡ଼ୋଜ ଟିକା ପ୍ରଦାନ କରିବା ଓ ସମୟ ଗଡ଼ିଯାଇଥିଲେ ମଧ୍ୟ ଦ୍ୱିତୀୟ ଡ଼ୋଜ ନେଇନଥିବା ବ୍ୟକ୍ତିଙ୍କୁ କିପରି ଟିକାକରଣ କରାଯିବ ତାହା ଉପରେ ଆଲୋଚନା କରାଯିବ। ମିଶନ ମୋଡ଼ରେ କିଭଳି ଟିକାକରଣ ହେବ ତାହା ଉପରେ ଫୋକସ୍ ରହିବ। ଏହାସହ ପିଲାମାନଙ୍କ ପାଇଁ ଜାଇକୋଭ୍-ଡ଼ି ଟିକାର ମୂଲ୍ୟକୁ ନେଇ ମଧ୍ୟ ଆଲୋଚନା ହେବ।

ବର୍ତ୍ତମାନ ଦେଶରେ ୧୮ବର୍ଷରୁ ଅଧିକ ବୟସର ୭୫ପ୍ରତିଶତ ଲୋକ ଅତିକ୍ରମରେ ଗୋଟିଏ ଡ଼ୋଜ୍ ଟିକା ନେଇଥିବାବେଳେ ୩୧ ପ୍ରତିଶତ ଲୋକ ଦ୍ୱିତୀୟ ଡ଼ୋଜ୍ ନେଇ ସାରିଛନ୍ତି।

Leave A Reply

Your email address will not be published.