Latest Odisha News

BREAKING NEWS

ମନୋଜ ବାଜପେୟୀଙ୍କ କରୋନା ସଂକ୍ରମିତ ହେବା ପଛରେ ଦାୟୀ କିଏ?

ନୂଆଦିଲ୍ଲୀ: ବଲିଉଡ୍ ଅଭିନେତା ମନୋଜ ବାଜପେୟୀ ନିକଟରେ କରୋନା ସଂକ୍ରମିତ ହୋଇଥିଲେ। ସେ ବର୍ତ୍ତମାନ ସେ ସଙ୍ଗରୋଧରେ ଅଛନ୍ତି। ଅଭିନେତା ତାଙ୍କର ଆଗାମୀ ଚଳଚ୍ଚିତ୍ର ‘ସାଇଲେନ୍ସ’ ରିଲିଜକୁ ଅପେକ୍ଷାରେ।ଫିଲ୍ମର ଭର୍ଚୁଆଲ୍ ଟ୍ରେଲର ଲଞ୍ଚ୍‌ ଅବସରରେ ମନୋଜ ଗଣମାଧ୍ୟମ ସହ କଥାବାର୍ତ୍ତା କରି କହିଛନ୍ତି ଯେ ସେ ଧୀରେ ଧୀରେ ସୁସ୍ଥ ହେଉଛନ୍ତି।

ସେ କୋଭିଡ୍‌-୧୯ ପ୍ରୋଟୋକଲଗୁଡିକ ଅନୁସରଣ କରିବା ଉପରେ ମଧ୍ୟ ଗୁରୁତ୍ୱାରୋପ କରିଥିଲେ ଏବଂ ସମସ୍ତଙ୍କୁ ସର୍ବଦା ମାସ୍କ ପିନ୍ଧିବାକୁ ଅନୁରୋଧ କରିଥିଲେ।

ଏହାସହିତ ସେ କହିଛନ୍ତି, “ଅନ୍ୟ କାହା ଯୋଗୁ ମୁଁ କରୋନା ସଂକ୍ରମିତ ହୋଇଛି। ଆଉ କେହି ଏହି ନିୟମ ପାଳନ କରୁ ନ ଥିବାରୁ ମୁଁ ଏହି ସଂକ୍ରମଣର ହୋଇଛି।”

Leave A Reply

Your email address will not be published.