Latest Odisha News

BREAKING NEWS

ପରୀକ୍ଷା ହଲରେ ପ୍ରବେଶ ପୂର୍ବରୁ ଅନ୍ତବସ୍ତ୍ର ଖୋଲିବାକୁ କହି ଗିିରଫ ହେଲେ ୫ ମହିଳା

ଥିରୁଅନନ୍ତପୁରମ: ଜୁଲାଇ ୧୭ ତାରିଖ ଦିନ ଏନଇଇଟି ପ୍ରବେଶିକା ପରୀକ୍ଷା ସମୟରେ ଛାତ୍ରୀଙ୍କୁ ହଲ ଭିତରେ ପ୍ରବେଶ କରିବା ପୂର୍ବରୁ ଅନ୍ତବସ୍ତ୍ର ଖୋଲିବାକୁ କହିଥିବା ମାମଲାରେ ତଦନ୍ତ ଜୋରଦାର ହୋଇଛି । ଏହି ମାମଲାରେ ମଙ୍ଗଳବାର ଦୁଇ କଲେଜ କର୍ମଚାରୀଙ୍କ ସମେତ ୫ ଜଣଙ୍କୁ ଗିରଫ କରାଯାଇଛି। କେରଳର କୋଲାମର ମାର ଥୋମା କଲେଜରେ ଘଟିଥିଲା ଏଭଳି ଏକ ଲଜ୍ୟାଜନକ ଘଟଣା। ପରେ ଜୁଲାଇ ୧୮ରେ ଜଣେ ନାବାଳିକାଙ୍କ ବାପାର ଅଭିଯୋଗ କ୍ରମେ ଏପରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି।

ଏହି ମାମଲା ଗଣମାଧ୍ୟମରେ ଶିରୋନାମା ପାଲଟିବା ପରେ ଦେଶର ଜାତୀୟ ମହିଳା ଆୟୋଗଙ୍କ ସମେତ ଶିକ୍ଷା ମନ୍ତ୍ରଣାଳୟ ମଧ୍ୟ ଏହି ପ୍ରସଙ୍ଗରେ ସକ୍ରିୟ ହୋଇଯାଇଛି। ଏଥି ସହିତ ଜାତୀୟ ପରୀକ୍ଷା ଏଜେନ୍ସି ତଦନ୍ତ ପାଇଁ ଏକ କମିଟି ଗଠନ କରିଛି।

ଗିରଫ ହୋଇଥିବା ୫ ଜଣ ପରୀକ୍ଷାର୍ଥୀଙ୍କୁ ହଲ ଭିତରେ ପ୍ରବେଶ କରାଇବା ପୂର୍ବରୁ ଛାତ୍ରୀଙ୍କୁ ତାଙ୍କ ଅନ୍ତବସ୍ତ୍ର ଖୋଲିବାକୁ ବାଧ୍ୟ କରିଥିବା ଅଭିଯୋଗ ହୋଇଛି। ଏହି ଘଟଣାର ତଦନ୍ତ କରୁଥିବା ପୋଲିସ ମଙ୍ଗଳବାର ଦୀର୍ଘ ସମୟ ପଚରାଉଚରା କରିବା ପରେ ଗିରଫ କରିଥିଲା। ଗିରଫ ହୋଇଥିବା ତିନିଜଣ ମହିଳା ଏକ ଏଜେନ୍ସିରେ କାମ କରନ୍ତି। ଏମାନଙ୍କୁ ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି ଦ୍ୱାରା ଦାୟିତ୍ୱ ଦିଆଯାଇଥିଲା। ଏଥିସହିତ  ଅନ୍ୟ ଦୁଇ ଜଣ ମହିଳା ଏକ ଘରୋଇ ଶିକ୍ଷାନୁଷ୍ଠାନରେ କାର୍ଯ୍ୟ କରନ୍ତି ଯେଉଁଠାରେ ଏପରି ଏକ ଘଟଣା ଘଟିଥିଲା ।

ଉଲ୍ଲେଖଯୋଗ୍ୟ, ଛାତ୍ରୀଙ୍କର ବାପା କହିଥିଲେ, “ମୋ ଝିଅକୁ କୁହାଯାଇଥିଲା ଯେ ମେଟାଲ ଡିଟେକ୍ଟରରେ ଅଣ୍ଡରଗାର୍ମେଣ୍ଟ (ଅନ୍ତବସ୍ତ୍ର) ହୁକ୍ ଚିହ୍ନଟ ହୋଇଛି । ତେଣୁ ସେହି ହୁକକୁ ଦେବାକୁ ହେବ। ପ୍ରାୟ ୯୦% ଛାତ୍ରୀଙ୍କ ଅନ୍ତବସ୍ତ୍ରରେ ଥିବା ହୁକକୁ ଖୋଲିବାକୁ କୁହାଯାଇଥିଲା। ଆଉ ସେସବୁକୁ ଏକ ଷ୍ଟୋର ରୁମରେ ରଖିବାକୁ କୁହାଯାଇଥିଲା। ଏହିି କାରଣରୁ, ସେମାନେ ମାନସିକ ସ୍ତରରେ ବହୁତ ବିବ୍ରତ ହୋଇଯାଇଥିଲେ।

Leave A Reply

Your email address will not be published.