Latest Odisha News

BREAKING NEWS

ଫୋନ୍ ଟ୍ୟାପିଂ ମାମଲାରେ ମୁମ୍ବାଇର ପୂର୍ବତନ ପୋଲିସ କମିଶନର ଗିରଫ

ମୁମ୍ବାଇ: ଫୋନ୍ ଟ୍ୟାପିଂ ମାମଲାରେ ମୁମ୍ବାଇର ପୂର୍ବତନ ପୋଲିସ କମିଶନର ସଞ୍ଜୟ ପାଣ୍ଡେଙ୍କୁ ଇଡି ଗିରଫ କରିଛି। ସେ ବେଆଇନ ଭାବେ ନ୍ୟାଶନାଲ ଷ୍ଟକ ଏକ୍ସଚେଞ୍ଜ (ଏନଏସଏସ) କର୍ମଚାରୀଙ୍କ ଫୋନ୍ କଲ୍ ରେକର୍ଡ କରିଥିବା ଅଭିଯୋଗ ହୋଇଛି। ମନୋଜ ପାଣ୍ଡେ ଜୁନ୍ ୩୦ ରେ ଅବସର ନେଇଥିଲେ। ସେ ୨୦୦୯ ରୁ ୨୦୧୭ ମଧ୍ୟରେ ଏନଏସଇ କର୍ମଚାରୀଙ୍କର ବେଆଇନ ଭାବେ ଫୋନ୍ କଲ ରେକର୍ଡ କରିଥିବା ଅଭିଯୋଗ ହୋଇଛି। ଏଥିପାଇଁ iSEC ସର୍ଭିସେସ୍ ପ୍ରାଇଭେଟ୍ ଲିମିଟେଡ୍ ନାମକ ଏକ କମ୍ପାନୀ ତାଙ୍କୁ ୪.୪୫ କୋଟି ଟଙ୍କା ଦେଇଥିଲା।

ସୋମବାର ଦିଲ୍ଲୀ କୋର୍ଟରେ ଇଡି ଦାବି କରିଛି ଯେ ୧୯୯୭ ମସିହାରୁ ଏନଏସଇ କର୍ମଚାରୀଙ୍କ ଫୋନ୍ ଟ୍ୟାପ୍ ଚାଲିଛି । ଏହାସହ ଜଡିତ ପ୍ରମାଣ ଏବଂ ଦଲିଲ ମଧ୍ୟ ଦିଆଯାଇଛି। ଏହା ପୂର୍ବରୁ ସିବିଆଇ ୧୦୦ କୋଟି ଟଙ୍କା ମାମଲାରେ ପାଣ୍ଡେ ଏବଂ ଅନ୍ୟତମ ପୂର୍ବତନ ପୋଲିସ କମିଶନର ପାରମବୀର ସିଂଙ୍କୁ ମଧ୍ୟ ଜେରା କରିଥିଲା। ମହାରାଷ୍ଟ୍ରର ପୂର୍ବତନ ଗୃହମନ୍ତ୍ରୀ ଅନିଲ ଦେଶମୁଖ ଏହି ମାମଲାରେ ଅଭିଯୁକ୍ତ।

ଏନଏସଇରେ ଆର୍ଥିକ ଅନିୟମିତତା କରୁଥିବାବେଳେ ଇଡି ଫୋନ୍ ଟ୍ୟାପିଂ କରୁଥିବାର ନଜର ରହିଥିଲା। ଏହାପରେ ଇଡି କେନ୍ଦ୍ର ଗୃହ ମନ୍ତ୍ରଣାଳୟକୁ ଏହି ସୂଚନା ଦେଇଥିଲା। ପରେ ସିବିଆଇକୁ ଏହି ଅଭିଯୋଗର ତଦନ୍ତ କରିବାକୁ କୁହାଯାଇଥିଲା। ଫୋନ୍ ଟ୍ୟାପିଂ ମାମଲାରେ ସଞ୍ଜୟ ପାଣ୍ଡେଙ୍କ ବିରୋଧରେ ଉଭୟ ସିବିଆଇ ଏବଂ ଇଡି ଏକ ମାମଲା ରୁଜୁ କରିଛି।

ଦିଲ୍ଲୀ ସ୍ଥିତ କମ୍ପାନୀ iSEC ସର୍ଭିସେସ୍ ପିଭି ଲିମିଟେଡ୍ ସମେତ ଏନବିଏର ପୂର୍ବତନ ପରିଚାଳନା ନିର୍ଦ୍ଦେଶକ ତଥା ସିଇଓଙ୍କ ବିରୋଧରେ ସିବିଆଇ ଏବଂ ଇଡି ମଧ୍ୟ ଏକ ମାମଲା ରୁଜୁ କରିଛି। ସିବିଆଇ ଅଭିଯୋଗ କରିଛି ଯେ ନାରାୟଣ ଏବଂ ରାମକୃଷ୍ଣ ଫୋନ୍ ଟ୍ୟାପ୍ କରିବା ପାଇଁ ଷଡଯନ୍ତ୍ର କରିଥିଲେ। ଏହି କମ୍ପାନୀକୁ ପୂର୍ବତନ ଆଇପିଏସ୍ ଅଧିକାରୀ ସଞ୍ଜୟ ପାଣ୍ଡେ ଖୋଲିଥିଲେ।

Leave A Reply

Your email address will not be published.