Latest Odisha News

BREAKING NEWS

ଅପେକ୍ଷାର ଅନ୍ତ, ସୁଡଙ୍ଗରୁ ବାହାରିଲେ ପାଞ୍ଚ ଶ୍ରମିକ

ଉତ୍ତରକାଶୀ: ଦୀର୍ଘ ୧୭ ଦିନର କଷ୍ଟସାଧ୍ୟ ଉଦ୍ଧାର କାର୍ଯ୍ଯ ପରେ ଉତ୍ତରାଖଣ୍ଡର ସିଲ୍କିୟାରାରେ ଭୁଶୁଡ଼ି ପଡ଼ିଥିବା ସୁଡଙ୍ଗରୁ ପାଞ୍ଚ ଜଣ ଖଣି ଶ୍ରମିକଙ୍କୁ ସଫଳତାର ସହ ଉଦ୍ଧାର କରାଯାଇଛି।

ହାଇ-ଟେକ୍ ଡ୍ରିଲିଂ ଉପକରଣ ଏବଂ ମାନୁଆଲ “ରାଟ୍-ହୋଲ୍” କୌଶଳର ମିଶ୍ରଣରେ ହୋଇଥିବା ଏହି ଉଦ୍ଧାର ସମସ୍ତ ୪୧ ଜଣ ଫସି ରହିଥିବା ଶ୍ରମିକଙ୍କୁ ବଞ୍ଚାଇବା ପାଇଁ ଚାଲିଥିବା ପ୍ରୟାସ ଶେଷରେ ସଫଳ ହୋଇଛି।

ଫସିରହିଥିବା ଶ୍ରମିକଙ୍କ ମଧ୍ୟରେ ଓଡ଼ିଶାର ପାଞ୍ଚ ଜଣ ରହିଛନ୍ତି। ଆଜି ଟନେଲ ବାହାରକୁ ବାହାରିବେ ଜାଣି ପରିବାର ଲୋକଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଛି। ସେହିପରି ରାଜ୍ୟ ସରକାରଙ୍କ ଶ୍ରମ ମନ୍ତ୍ରୀ, ସଚିବ ଏବଂ ରେସକ୍ୟୁ ଟିମ୍ ସହିତ ଫସି ରହିଥିବା ଶ୍ରମିକଙ୍କ ପରିବାର ଲୋକ ଘଟଣାସ୍ଥଳରେ ଉପସ୍ଥିତ ଅଛନ୍ତି।

ଉଦ୍ଧାର କାମର ପ୍ରାରମ୍ଭିକ ପର୍ଯ୍ୟାୟରେ ସୁଡଙ୍ଗକୁ ଅବରୋଧ କରିଥିବା ପ୍ରାୟ ୬୦ ମିଟର ପଥରକୁ ଖୋଳିବା ପାଇଁ ଶକ୍ତିଶାଳୀ ଆମେରିକୀୟ ଅରଗର ମେସିନ ଉପରେ ନିର୍ଭର କରାଯାଇଥିଲା। ତେବେ ଏହି ମେସିନ୍ଗୁଡ଼ିକ ପ୍ରଭାବହୀନ ସାବ୍ୟସ୍ତ ହେବାରୁ ଉଦ୍ଧାରକାରୀମାନେ ରେଟ୍ ହୋଲ୍ ଗର୍ତ୍ତ ଖନନ କୌଶଳ ଆଡ଼କୁ ମୁହାଁଇଥିଲେ। ଏହି ପଦ୍ଧତିରେ ଫସି ରହିଥିବା ଶ୍ରମିକମାନଙ୍କ ନିକଟରେ ପହଞ୍ଚିବା ପାଇଁ ଉପରି ଭାଗରୁ ଖୋଳାଯାଇଥିଲା।

ଏହାର ସୁରକ୍ଷା ଓ ବୈଧତାକୁ ନେଇ ଚିନ୍ତା ଥିବା ସତ୍ତ୍ୱେ ରେଟ୍ ହୋଲ୍ ଖନନ କୌଶଳ ବର୍ତ୍ତମାନ ସୁଦ୍ଧା ପାଞ୍ଚ ଜଣ ଶ୍ରମିକଙ୍କୁ ଉଦ୍ଧାର କରିବାରେ ସଫଳ ହୋଇଥିବା ପ୍ରମାଣିତ ହୋଇଛି। ଏହି ଅପରେସନ ଦୁଇରୁ ପାଞ୍ଚ ଘଣ୍ଟା ଯାଏଁ ଚାଲିବ ବୋଲି ଆଶା କରାଯାଉଛି। ଯାହାଦ୍ୱାରା ସମସ୍ତ ୪୧ ଜଣ ଶ୍ରମିକଙ୍କୁ ଭୁଶୁଡ଼ି ପଡ଼ିଥିବା ଟନେଲରୁ ବାହାର କରିହେବ।

ଜାତୀୟ ବିପର୍ଯ୍ୟୟ ପ୍ରଶମନ ବାହିନୀ (ଏନଡିଆରଏଫ୍)ର ୩ଟି ଟିମ୍ ଉଦ୍ଧାର କାମରେ ଲାଗିଛନ୍ତି। ସୁଡଙ୍ଗ ବାହାରେ ଆମ୍ବୁଲାନ୍ସ ସହ ହସ୍ପିଟାଲରେ ସ୍ବତନ୍ତ୍ର ବ୍ୟବସ୍ଥା ଗ୍ରହଣ କରାଯାଇଛି।

Leave A Reply

Your email address will not be published.