Latest Odisha News

BREAKING NEWS

ତେଲେଙ୍ଗାନା, ଏମପି, ଛତିଶଗଡରେ ଜିତିବ କଂଗ୍ରେସ !

ଭୁବନେଶ୍ୱର: ଦେଶର ପାଞ୍ଚୋଟି ରାଜ୍ୟର ବିଧାନସଭା ନିର୍ବାଚନ ପ୍ରକ୍ରିୟା ଚାଲିଥିବା ବେଳେ ଚାରୋଟି ରାଜ୍ୟର ମତଦାନ ଶେଷ ହୋଇଛି। କେବଳ ଦକ୍ଷିଣୀ ରାଜ୍ୟ ତେଲେଙ୍ଗାନାର ମତଦାନ ବାକି ରହିଛି।

ସେପଟେ ଆସନ୍ତା ମାସ ତିନି ତାରିଖରେ ଗଣତି ହେବା ସହ ସବୁ ରାଜ୍ୟର ଫଳାଫଳ ପ୍ରକାଶ ପାଇବ। କିନ୍ତୁ ତା ପୂର୍ବରୁ ଭିନ୍ନ ଭିନ୍ନ କଳ୍ପନାଜଳ୍ପନା ସହ ବିଭିନ୍ନ ପ୍ରାକ ନିର୍ବାଚନୀ ସର୍ଭେକୁ ନେଇ ଆଲୋଚନା ଜୋର ଧରିଛି।

ଏହି କ୍ରମରେ ଲୋକପୋଲ ପ୍ରିପୋଲ ସର୍ଭେକୁ ନେଇ ଜୋରଦାର ଚର୍ଚ୍ଚା ହେଉଛି। ତେଲେଙ୍ଗାନାରେ ମତଦାନକୁ ଆଉ ମାତ୍ର ଗୋଟିଏ ଦିନ ବାକି ଥିବାବେଳେ ଏହାର ସର୍ଭେ ରିପୋର୍ଟକୁ ନେଇ ଆଲୋଚନା ଜୋର ଧରିଛି।

ତେଲେଙ୍ଗାନାରେ ଶାସକ ବିଆରଏସ ଓ କଂଗ୍ରେସ ମଧ୍ୟରେ ଜୋରଦାର ଲଢେଇ ଦେଖିବାକୁ ମିଳୁଛି। ଏଭଳି ସ୍ଥିତିରେ ଲୋକପୋଲ ପ୍ରିପୋଲ ସର୍ଭେ ଅନୁଯାୟୀ କଂଗ୍ରେସ ତେଲେଙ୍ଗାନାରେ ବଡ଼ ବ୍ୟବଧାନରେ ଜିତିବା ସହ ସରକାର ଗଢ଼ିବ ବୋଲି କୁହାଯାଇଛି। ଶାସକ ବିଆରଏସ ଦ୍ଵିତୀୟ ସ୍ଥାନକୁ ଖସିବ ବୋଲି କୁହାଯାଇଛି।

ତେଲେଙ୍ଗାନାର ୧୧୯ ବିଧାନସଭା ସିଟ ମଧ୍ୟରୁ କଂଗ୍ରେସ ୬୯ ରୁ ୭୨ ସିଟ ଜିତିବ ବୋଲି ସର୍ଭେରେ ଆସିଛି। ସେହିପରି ଶାସକ ବିଆରଏସ ମାତ୍ର ୩୬ ରୁ ୩୯ ଟି ସିଟ ଜିତିବ ବୋଲି ସର୍ଭେ ରିପୋର୍ଟରେ ଆସିଛି।

ବିଜେପି ଦୁଇରୁ ତିନୋଟି ଓ ଏଆଇଏମଆଇଏମ ୫ ରୁ ୬ ଟି ସିଟ ଜିତିବାକୁ ସମର୍ଥ ହେବ ବୋଲି ଲୋକପୋଲ ପ୍ରି ପୋଲ ସର୍ଭେରେ ଦର୍ଶାଯାଇଛି। କଂଗ୍ରେସ ୪୩ ରୁ ୪୬ ପ୍ରତିଶତ ଭୋଟ ପାଇବାକୁ ଥିବାବେଳେ ବିଆରଏସ ୩୮ ରୁ ୪୧ ପ୍ରତିଶତ, ବିଜେପି ୭ ରୁ ୧୦ ପ୍ରତିଶତ ଓ ଏଆଇଏମଆଇଏମ ୪ ରୁ ୬ ପ୍ରତିଶତ ଭୋଟ ପାଇବ।

୧୯ ହଜାର ୩୮୦ ସାମ୍ପଲକୁ ନେଇ ଲୋକପୋଲ ପକ୍ଷରୁ ଏହି ସର୍ଭେ କରାଯାଇଥିଲା। ମତଦାନକୁ ଆଉ ମାତ୍ର ଦିନଟିଏ ବାକି ଥିବାବେଳେ ଏହି ସର୍ଭେ ରିପୋର୍ଟ ତେଲେଙ୍ଗାନା ସମେତ ସାରା ଦେଶରେ ଚର୍ଚ୍ଚାର ମୁଖ୍ୟ ପ୍ରସଙ୍ଗ ପାଲଟିଛି।

ସେହିପରି ପୂର୍ବରୁ ମିଜୋରାମରେ ମଧ୍ୟ ଲୋକପୋଲ ପକ୍ଷରୁ କରାଯାଇଥିବା ପ୍ରିପୋଲ ସର୍ଭେରେ ଶାସକ ଦଳ ମିଜୋ ନ୍ୟାସନାଲ ଫ୍ରଣ୍ଟ ଓ କଂଗ୍ରେସ ମଧ୍ୟରେ କଡା ଫାଇଟ ନେଇ ସର୍ଭେ ରିପୋର୍ଟରେ ଆସିଛି।

୪୦ ଟି ବିଧାନସଭା ସିଟ ମଧ୍ୟରୁ ଏମଏନଏଫକୁ ୧୨ ରୁ ୧୪ ଟି ସିଟ ମିଳିବାକୁ ଥିବାବେଳେ କଂଗ୍ରେସକୁ ମଧ୍ୟ ୧୨ରୁ ୧୪ଟି ସିଟ ମିଳିବା ନେଇ ଆକଳନ କରାଯାଇଥିଲା।

ଜେଡପିଏମକୁ ୧୦ ରୁ ୧୨ ଟି ସିଟ ଓ ଅନ୍ୟଦଳକୁ ତିନୋଟି ସିଟ ମଧ୍ୟରେ ମିଳିବ ବୋଲି ଆକଳନ କରାଯାଇଛି। ମଧ୍ୟପ୍ରଦେଶର ୨୩୦ ସିଟ ମଧ୍ୟରୁ କଂଗ୍ରେସକୁ ୧୩୦ ରୁ ୧୪୨ ସିଟ ମିଳିବା ସହ ଦଳ ବଡ଼ ବ୍ୟବଧାନରେ ଜିତି ସରକାର ଗଢ଼ିବ ବୋଲି ସର୍ଭେରେ କୁହାଯାଇଛି।

ବିଜେପିକୁ ୮୪ ରୁ ୯୮ ଓ ଅନ୍ୟମାନଙ୍କ ଖାତାକୁ ଚାରୋଟି ମଧ୍ୟରେ ଆସନ ମିଳିବ ବୋଲି ସର୍ଭେ ରେ ଦର୍ଶାଯାଇଥିଲା। ସେହିପରି ଛତିଶଗଡ଼ର ୯୦ ବିଧାନସଭା ସିଟ ମଧ୍ୟରୁ କଂଗ୍ରେସକୁ ୫୯ ରୁ ୬୧, ବିଜେପିକୁ ୨୮ ରୁ ୩୦ ଓ ଅନ୍ୟମାନଙ୍କ ଖାତାରେ ଗୋଟିଏ ସିଟ ପଡିପାରେ ଵୋଲି ଲୋକପୋଲ ପ୍ରିପୋଲ ସର୍ଭେରେ ପୂର୍ବରୁ ଦର୍ଶାଯାଇଛି।

କିନ୍ତୁ ରାଜସ୍ଥାନରେ ବିଜେପିକୁ ସାମାନ୍ୟ ଅଧିକ ସିଟ ମିଳିପାରେ ବୋଲି ଦର୍ଶାଯାଇଛି। ବିଜେପିକୁ ରାଜସ୍ଥାନରେ ୯୨ ରୁ ୯୮ ଓ କଂଗ୍ରେସକୁ ୮୭ ରୁ ୯୩ ସିଟ ମିଳିବ ବୋଲି ସର୍ଭେରେ ଦର୍ଶାଯାଇଛି।

ବିଜେପିକୁ ୪୧ ରୁ ୪୩ ପ୍ରତିଶତ ଓ କଂଗ୍ରେସକୁ ୩୯ ରୁ ୪୧ ପ୍ରତିଶତ ଭୋଟ ମିଳିବ ବୋଲି ପ୍ରିପୋଲ ସର୍ଭେରେ କୁହାଯାଇଛି। ଅନ୍ୟ ଦଳକୁ ୧୨ ରୁ ୧୮ ଟି ସିଟ ମିଳିପାରେ ବୋଲି ଦର୍ଶାଯାଇଛି।

ଏପରିକି ଲୋକପୋଲ ପକ୍ଷରୁ ସାର୍ବଜନୀନ କରାଯାଇଥିବା ଏହି ପ୍ରିପୋଲ ସର୍ଭେ ସହିତ କିଛି ମାସ ତଳେ ଶେଷ ହୋଇଥିବା କର୍ଣ୍ଣାଟକ ବିଧାନସଭା ନିର୍ବାଚନ ଫଳାଫଳକୁ ମଧ୍ୟ ଟ୍ୱିଟରରେ ଦିଆଯାଇଛି। ଯେଉଁ ମେଗା ସର୍ଭେରେ କଂଗ୍ରେସ ୧୨୯ ରୁ ୧୩୪ ସିଟ ଜିତିବ ଵୋଲି ପୂର୍ବାନୁମାନ କରାଯାଇଥିଲା।

କଂଗ୍ରେସ ସେଠାରେ ୧୩୫ ସିଟ ଜିତିଥିଲା। ସେହିପରି ବିଜେପି ୫୯ ରୁ ୬୫ ଓ ଜେଡିଏସ ୨୩ ରୁ ୨୮ ସିଟ ଜିତିବ ବୋଲି ଦର୍ଶାଯାଇଥିଲା। ଯାହାକି ପରବର୍ତ୍ତୀ ପର୍ଯ୍ୟାୟରେ ପ୍ରାୟ ପ୍ରତିଫଳିତ ହୋଇଥିଲା।

ଏବେ ଚାରୋଟି ରାଜ୍ୟର ମତଦାନ ଶେଷ ହୋଇଥିବା ବେଳେ ତେଲେଙ୍ଗାନା ନିର୍ବାଚନ ବାକି ଅଛି। ଚଳିତ ମାସ ୩୦ ତାରିଖରେ ତେଲେଙ୍ଗାନା ମତଦାନ ଶେଷ ହେବା ପରେ ଏକଜିଟ ପୋଲ ରିପୋର୍ଟ ଆସିବ।

କିନ୍ତୁ ତା ପୁର୍ବରୁ ଲୋକପୋଲ ପ୍ରିପୋଲ ସର୍ଭେକୁ ନେଇ ଏବେ ସାରା ଦେଶରେ ରାଜନୈତିକ ଚର୍ଚ୍ଚା ଜୋର ଧରିଛି।

Leave A Reply

Your email address will not be published.