Latest Odisha News

BREAKING NEWS

ବିଦାୟ ୨୦୧୯: କେଉଁସବୁ ପରିବର୍ତ୍ତନ କରିଥିଲେ ଭାରତ ସରକାର, ଜାଣନ୍ତୁ

ନୂଆଦିଲ୍ଲୀ: ୨୦୧୯ର ବିଦାୟ ନିକଟତର ହୋଇଯାଇଛି । ଆଗକୁ ଏହି ବର୍ଷ ଘଟିଥିବା କେତେକ କଥା ଆମ ପାଇଁ ସ୍ମରଣୀୟ ହୋଇ ରହିଯିବ ।

ଆସନ୍ତୁ ଜାଣିବା ୨୦୧୯ର ଭାରତ ସରକାର ନେଇଥିବା ୧୦ ବଡ ପରିବର୍ତନ ସମ୍ପର୍କରେ…

ୱାନ ନେଶନ ୱାନ ରାଶନ କାର୍ଡ: ଏହି ଯୋଜନା ଅନୁସାରେ ୧୪ ରାଜ୍ୟରେ ପିଓଏସ ମେଶିନର ସୁବିଧା କରାଯାଇଛି । ଖୁବ୍ ଶୀଘ୍ର ଅନ୍ୟ ରାଜ୍ୟଗୁଡିକରେ ଏହି ବ୍ୟବସ୍ଥା ଲାଗୁ ହେବ । ବର୍ତମାନ ଯେଉଁଠାରେ ରାଶନ କାର୍ଡ ଥାଏ ସେ ଅଂଚଳର କଂଟ୍ରୋଲ ଦୋକାନୀରୁ ସାମଗ୍ରୀ କିଣାଯାଉଥିଲା । ୨୦୨୦ ଜୁନ୍ ପରଠାରୁ ରାସନକାର୍ଡଧାରୀ ଯେଉଁ ସ୍ଥାନରେ ଚାହିଁବ ସାମଗ୍ରୀ ନେଇପାରିବ ।

ଆରସି ଓ ଡ୍ରାଇଭିଙ୍ଗ ଲାଇସେନ୍ସ ଏକ : ବିଭିନ୍ନ ରାଜ୍ୟର ଡ୍ରାଇଭିଙ୍ଗ ଲାଇସେନ୍ସ ଫର୍ମାଟ ଅଲଗା ହୋଇଥିବାରୁ ଏହି ଅସୁବିଧାକୁ ଦୂର କରିବା ପାଇଁ ଆରସି ଓ ଲାଇସେନ୍ସ ଏକା ପ୍ରକାର କରିବା ପାଇଁ ନିଷ୍ପତି ନିଆଯାଇଛି । ୨୦୧୯ ଅକ୍ଟୋବରରୁ ଏ ନେଇ କାର୍ଯ୍ୟ ଆରମ୍ଭ ହୋଇଯାଇଛି ।

ଟୋଲ ପ୍ଲାଜାରେ ଫାର୍ଷ୍ଟ ଟ୍ୟାଗ୍: କେନ୍ଦ୍ର ସରକାର ୧୫ ଡିସେମ୍ବରରୁ ସମସ୍ତ ବାହନ ପାଇଁ ଟୋଲ ପ୍ଲାଜାରେ ଫାର୍ଷ୍ଟ ଟ୍ୟାଗ୍ ବ୍ୟବସ୍ଥା ଲାଗୁ କରିଛି । ଫାର୍ଷ୍ଟଟ୍ୟାଗ ବିନା ଗାଡି ଚଳାଇଲେ ଅଧିକ ଟ୍ୟାକ୍ସ ଦେବାକୁ ପଡିବ । ଲକ୍ଷ୍ନୌ

ପ୍ରାଇଭେଟ ଟ୍ରେନ୍ ତେଜସ :ଲକ୍ଷ୍ନୌ ଓ ନୂଆଦିଲ୍ଲୀ ମଧ୍ୟରେ ଅକ୍ଟୋବର ୪ରୁ ଦେଶର ପ୍ରଥମ ପ୍ରାଇଭେଟ ଟ୍ରେନ ଚଳାଚଳ ଆରମ୍ଭ ହୋଇଛି । ଏହାର ସଂଚାଳନା ଆଇଆରସିଟିସି କରୁଛି । ଟ୍ରେନ ବିଳମ୍ବ ହେଲେ ଯାତ୍ରୀଙ୍କୁ କ୍ଷତିପୂରଣ ଦେବ ।

ଟ୍ରାଫିକ ନିୟମ ଭଙ୍ଗ ରାଶି ବୃଦ୍ଧି : ସରକାରଙ୍କ ପକ୍ଷରୁ ଏଥିନେଇ କଡା ପଦକ୍ଷେପ ନିଆଯାଇଛି । ପୂର୍ବାପେକ୍ଷା ତୁଳନାରେ ଟ୍ରାଫିକ ନିୟମ ଭଙ୍ଗ କଲେ ଖିଲାପକାରୀ ଅଧିକ ଜରିମାନା ରାଶି ଦେବ ।

ଏନଇଏଫଟି ୨୪ ଘଂଟାକୁ ବୃଦ୍ଧି : ନେଶନାଲ ଇଲେକ୍ଟ୍ରୋନିକ ଫଣ୍ଡସ ଟ୍ରାନ୍ସଫର ୧୬ ଡିସେମ୍ବରରୁ ୨୪ ଘଂଟାକୁ ବୃଦ୍ଧି କରାଯାଇଛି । ଏଥିରେ ଅନଲାଇନରେ ୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଟ୍ରାଂନାଜକସନ କରିହେବ ।

ବିନା ଚିପ ଥିବା କ୍ରେଡିଟ କାର୍ଡ ବନ୍ଦ: ମ୍ୟାଗ୍ନେଟ ଷ୍ଟ୍ରିପ ଥିବା ପୁରୁଣା ଡେବିଟ କାର୍ଡକୁ ବନ୍ଦ କରାଯାଇଛି । ଏଥିରୁ ଡାଟା ଚୋରି ହେବାର ଭୟ ଥିବାରୁ ଏହି ପଦକ୍ଷେପ ନିଆଯାଇଛି ।ଏବେ ଚିପ୍ ଥିବା କାର୍ଡ ଗ୍ରାହକ ବ୍ୟବହାର କରିବାକୁ ବାଧ୍ୟ ।

ଆଧାର କାର୍ଡ-ପ୍ୟାନ କାର୍ଡ ଲିଙ୍କ: ୩୧ ଡିସେମ୍ବର ସୁଦ୍ଧା ଆଧାର କାର୍ଡ ଓ ପ୍ୟାନକାର୍ଡ ଲିଙ୍କ କରାଇବା ପାଇଁ ସରକାରଙ୍କ ପକ୍ଷରୁ ନିର୍ଦ୍ଦେଶାନାମା ଜାରି କରାଯାଇଛି । ଏହା ନ କଲେ ପ୍ୟାନ କାର୍ଡ ରଦ୍ଦ ହୋଇଯିବ ।

ସିଙ୍ଗଲ ୟୁଜ ପ୍ଲାଷ୍ଟିକ ବ୍ୟାନ : ସିଙ୍ଗଲ ୟୁଜ ପ୍ଲାଷ୍ଟିକ ବ୍ୟବହାର ଉପରେ ମଧ୍ୟ କଟକଣା ଲଗାଯାଇଛି । ଅକ୍ଟୋବର ୨ ସୁଦ୍ଧା ଏହା ସମ୍ପୂର୍ଣ୍ଣ ବନ୍ଦ ହେବାର ନିର୍ଦ୍ଦେଶାନାମା ଥିଲା । ଡିସେମ୍ବର ଶେଷ ସୁଦ୍ଧା ଏହା ସମ୍ପୂର୍ଣ୍ଣ ଭାବେ କାର୍ଯ୍ୟକାରୀ ହୋଇନି ।

ପେନସନ ନିୟମରେ ପରିବର୍ତନ : ୭ ବର୍ଷ ସରକାରୀ କାର୍ଯ୍ୟରେ ନିୟୋଜିତ କର୍ମଚାରୀଙ୍କ ମୃତ୍ୟୁ ପରେ ତାଙ୍କ ପରିବାର ସଦସ୍ୟ ପେନସନର ହକଦାର ହେବେ । କର୍ମଚାରୀ ପାଉଥିବା ଦରମାର ୫୦ ପ୍ରତିଶତ ପରିବାର ଲୋକ ପାଇବେ । ଏହି ପେନସନ ୧୦ ବର୍ଷ ପର୍ଯ୍ୟନ୍ତ ଲାଗୁ ହେବ ।

Leave A Reply

Your email address will not be published.